ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ।
ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସ୍ଟି ଦାଣ୍ଡକାଳୀ ମନ୍ଦିର ନିକଟ ବାଳିକା ବିଦ୍ୟାଳୟ ପାଖରେ ଥିବା ଚା’ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲା। ବସ୍ରୁ ଯାତ୍ରୀମାନେ ଓହ୍ଲାଇ ଚା’ ପିଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଏହା ପରେ ଟ୍ରକ୍ଟି ବସ୍ରୁ ଓହ୍ଲାଇ ଚା’ ପିଉଥିବା ଜଣେ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଛିଡ଼ା ହୋଇଥିବା ଟ୍ରକ୍ର ଡ୍ରାଇଭରଙ୍କର ବି ମୃତ୍ୟୁ ଘଟିଛି।
ଖନ୍ତାପଡ଼ା ପୁଲିସ୍ ଦୁଇଟି ଟ୍ରକ୍ ସହିତ ବସ୍କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।