କଳା ପଲସର୍‌ରେ ଆସି ଲୁଟୁ ଥିଲେ, ଧରା ପଡ଼ି ଛେଚା ଖାଇଲେ

ସୋର (ଓଡ଼ିଶା ରିପୋର୍ଟର): କଳା ପଲସର୍‌ରେ ଆସି ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କ କାନଫୁଲ ଝାମ୍ପୁ ଥିଲେ। ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ନିର୍ଧୁମ ଛେଚା ଖାଇଲେ। ଏପରି ଘଟଣାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଅନ୍ତର୍ଗତ ଡିଗିଭଅଁରେ ଗାଁରେ ଘଟିଛି। ଖବର ପାଇ ପୋଲିସ ଲୁଟେରାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ପାଇ ହଟହଟା ହୋଇଥିଲା। ଆଜି ଡିଗିଭଅଁରା ଗାଁ ରଙ୍ଗବତୀ ମଲ୍ଲିକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ମାଣିପୁର […]

two lootera arrest in by soro police

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 04:05 PM IST

ସୋର (ଓଡ଼ିଶା ରିପୋର୍ଟର): କଳା ପଲସର୍‌ରେ ଆସି ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କ କାନଫୁଲ ଝାମ୍ପୁ ଥିଲେ। ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ନିର୍ଧୁମ ଛେଚା ଖାଇଲେ। ଏପରି ଘଟଣାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଅନ୍ତର୍ଗତ ଡିଗିଭଅଁରେ ଗାଁରେ ଘଟିଛି। ଖବର ପାଇ ପୋଲିସ ଲୁଟେରାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ପାଇ ହଟହଟା ହୋଇଥିଲା।

ଆଜି ଡିଗିଭଅଁରା ଗାଁ ରଙ୍ଗବତୀ ମଲ୍ଲିକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ମାଣିପୁର ପଞ୍ଚାୟତ ଖୁଣ୍ଟା ଗାଁର ଗଜେନ୍ଦ୍ର ସେନାପତି ଓ ତାଙ୍କ ସାଥୀ ଏକ କଳା ପଲସରରେ ଆସି ରଙ୍ଗବତୀଙ୍କ କାନ ଫୁଲ ଝାମ୍ପି ନେଉଥିଲେ। ଚିତ୍କାର ଶୁଣି ରାସ୍ତା ପାଖ ଦୋକାନରେ ବସିଥିବା ଲୋକେ ସେମାନଙ୍କୁ ବାକୁ କରି ମାଡ଼ ମାରିଥିଲେ। ଏ ସମ୍ପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକେ ସେମାନଙ୍କୁ ଛାଡ଼ିନଥିଲେ। ବହୁ ବୁଝାଶୁଝା କରିବା ପରେ ଗାଁ ଲୋକେ ଦୁଇ ଲୁଟେରାଙ୍କୁ ଛାଡ଼ିଥିଲେ।

ଗାଁ ଲୋକଙ୍କ ଅଭିଯୋଗ, ଏହି ଦୁଇ ଯୁବକ ପୂର୍ବରୁ ବହୁବାର ଲୁଟ୍‌ କରି ଗିରଫ ହୋଇଥିଲା। ମାତ୍ର ପରବର୍ତ୍ତି ସମୟରେ ସେମାନେ ଛାଡ଼ି ଦେଉଛି। ଯାହାଫଳରେ ସେମାନେ ପୁଣି ସେମାନଙ୍କ କାୟା ବିସ୍ତାର କରୁଛନ୍ତି। ପୋଲିସର ଏପରି ନିଷ୍କ୍ରିୟତାକୁ ଗାଁ ଲୋକା ବିରୋଧ କରି ଥାନା ଗାଡ଼ିକୁ ଛାଡ଼ି ନଥିଲେ। ଏପରିକି ପୋଲିସ ଗାଡ଼ିରେ ବସିଥିବା ଦୁଇ ଲୁଟେରାକୁ ଟାଣି ଆଣି ମାଡ଼ ମାରିଥିଲେ।

Related story