ଜଳେଶ୍ୱର(ଅଜିତ୍ ଦାସ): ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଦାନ୍ତୁନ ପୁଲିସ୍ ଓଡ଼ିଶାର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ କାହ୍ନା ସ୍ୱାଇଁ ଓ ରାମଚନ୍ଦ୍ର ନାହାକ। କାହ୍ନାଙ୍କ ଘର ଗଞ୍ଜାମ ଜିଲ୍ଲାର ବାରତ ଗାଁରେ ଓ ରାମଚନ୍ଦ୍ରଙ୍କ ଘର ଗୁଣ୍ଠପଡ଼ାରେ। ସେମାନଙ୍କ ଠାରୁ ୬୫ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ସେମାନଙ୍କ କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି।
ଗତକାଲି କାହ୍ନା ଓ ରାମଚନ୍ଦ୍ର ଜଳେଶ୍ୱର ଲଷ୍ମଣନାଥ ଟୋଲ ଗେଟ୍ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗ ପୁଲିସ୍ ସେମାନଙ୍କୁ ଧରିଥିଲା। ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ଦେଇ ଏହି ଭଳି ବହୁ ନିଶା ଦ୍ରବ୍ୟ ବାରମ୍ବାର ଚୋରା ଚାଲାଣ ହେଉଥିଲେ ମଧ୍ୟ ଓଡ଼ିଶା ସୀମାରେ ଥିବା ପୁଲିସ କୌଣସି ଚେକିଂ କରୁ ନଥିବା ଅଭିଯୋଗ ହୋଇଛି । ଚୋରା ବେପାରୀଙ୍କ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ସହଜ ରାସ୍ତା ପାଲଟି ଥିବା ବେଳେ ପୁଲିସ୍ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।