ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

ଯାଜପୁର(ଗୁଲାମ୍ ଗସ୍‌): ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ। ଗାଁ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ପଞ୍ଚାୟତର କୁରକୁରା ଗ୍ରାମର ବିପିନ ସ୍ୱାଇଁଙ୍କ ଝିଅ ରୋସନୀ (୫ )ଓ ହୃଷୀକେଶ ସ୍ୱାଇଁଙ୍କ ଝିଅ  ସଂଗୀତା (୬)। ଉଭୟେ ଆଜି ସକାଳୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଥିଲେ। ପରେ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ […]

water-1

Tapas Behera
  • Published: Sunday, 11 November 2018
  • , Updated: 11 November 2018, 02:44 PM IST

ଯାଜପୁର(ଗୁଲାମ୍ ଗସ୍‌): ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ। ଗାଁ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ପଞ୍ଚାୟତର କୁରକୁରା ଗ୍ରାମର ବିପିନ ସ୍ୱାଇଁଙ୍କ ଝିଅ ରୋସନୀ (୫ )ଓ ହୃଷୀକେଶ ସ୍ୱାଇଁଙ୍କ ଝିଅ  ସଂଗୀତା (୬)।

ଉଭୟେ ଆଜି ସକାଳୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଥିଲେ। ପରେ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Related story