ଗୁଜରାଟର ଦୁଇ ନାବାଳିକା ସୋରରୁ ଉଦ୍ଧାର

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରରୁ ଗୁଜରାଟର ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଗୁଜରାଟ ପୋଲିସର ୧୨ ଜଣିଆ ଟିମ୍‌ ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି ସୋର ପୋଲିସ। ମାମଲାରେ ରାହୁଲ ମୋତିଭାଇ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ପୋଲିସ୍‌ କହିଛି।

ଭିଯୋଗ ଅନୁସାରେ, ବିବାହର ପ୍ରଲୋଭନ ଦେଖାଇ ଗୁଜରାଟ ଅଞ୍ଚଳରୁ ଦୁଇ ନାବାଳିକାଙ୍କୁ ସେହି ଅଞ୍ଚଳର ଦୁଇ ଯୁବକ ବାଲେଶ୍ୱର ନେଇ ଆସିଥିଲେ। ଜଣେ ଯୁବକ ସୋର ଏବଂ ଅନ୍ୟ ଜଣେ ଯୁବକ ସିମୁଳିଆ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ।