ପଲସରରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଝାମ୍ପି ନେଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ବଜାରରେ ଜଣେ ସୁନା ଦୋକାନ ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଗହଣା ଲୁଟେରା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ସୁନା ଦୋକାନ ମାଲିକ କୈଳାସ ଆଜି ସଟର ଖୋଲୁଥିବା ବେଳେ ତାଙ୍କ ପାଖରେ ଥିବା ଗହଣା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ ଲୁଟେରା। ଦୁଇ ଲୁଟେରା ଏକ ପଲସର ବାଇକରେ ଆସି ଗହଣା ବେଗ୍‌ ନେଇଯାଇଥିବା ସୁନା ଦୋକାନ ମାଲିକ କହିଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।