ପଲସରରେ ଆସି ୨୦ଲକ୍ଷ ଟଙ୍କାର ଗହଣା ଝାମ୍ପି ନେଲେ

Ordigital Desk
  • Published: Saturday, 02 December 2017
  • , Updated: 02 December 2017, 12:27 PM IST
<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ବଜାରରେ ଜଣେ ସୁନା ଦୋକାନ ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କାର ଗହଣା ଲୁଟେରା ଲୁଟ ହୋଇଥିବା ଅଭିଯୋଗ ହୋଇଛି।</p> <p>ସୁନା ଦୋକାନ ମାଲିକ କୈଳାସ ଆଜି ସଟର ଖୋଲୁଥିବା ବେଳେ ତାଙ୍କ ପାଖରେ ଥିବା ଗହଣା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ ଲୁଟେରା। ଦୁଇ ଲୁଟେରା ଏକ ପଲସର ବାଇକରେ ଆସି ଗହଣା ବେଗ୍&zwnj; ନେଇଯାଇଥିବା ସୁନା ଦୋକାନ ମାଲିକ କହିଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story