ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ଏଥିସହ ସଂଗୀତକାର ଇଲାୟା ରାଜା, ଉସ୍ତାଦ ଗୁଲାମ ମୁସ୍ତାଫା ଖାଁ ଓ ପି. ପରମେଶ୍ୱରନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ଟେନିସ୍ ତାରକା ସୋମଦେବ […]

padam

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 10:50 PM IST

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ଏଥିସହ ସଂଗୀତକାର ଇଲାୟା ରାଜା, ଉସ୍ତାଦ ଗୁଲାମ ମୁସ୍ତାଫା ଖାଁ ଓ ପି. ପରମେଶ୍ୱରନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ଟେନିସ୍ ତାରକା ସୋମଦେବ ବର୍ମନ୍‌ଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ଥିଲେ।

Related story