କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ସ୍କୁଲ ଛାତ୍ରୀ, ଜଣେ ନିଖୋଜ

କଟକ (ଓଡ଼ିଶା ରିପୋର୍ଟର):କେନାଲରେ ଗାଧୋଇବା ହେଲା କାଳ। କଟକ ତାଳଦଣ୍ଡା କେନାଲରେ ଗାଧୋଇବା ବେଳେ ୩ ଜଣ ସ୍କୁଲ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି। ଆଜି ସକାଳେ ସ୍କୁଲ ସରିବା ପରେ ଚାଉଳିଆଗଞ୍ଜର ତିନିଜଣ ନାବାଳିକା ଛାତ୍ରୀ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ କେନାଲରେ ପାଣିର ଗତି ପ୍ରଖର ଥିବାରୁ ଜଣେ ଛାତ୍ରୀ ଭାସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇଜଣ […]

Drowning-2-1

Manoranjan Sial
  • Published: Saturday, 06 October 2018
  • , Updated: 06 October 2018, 06:07 PM IST

କଟକ (ଓଡ଼ିଶା ରିପୋର୍ଟର):କେନାଲରେ ଗାଧୋଇବା ହେଲା କାଳ। କଟକ ତାଳଦଣ୍ଡା କେନାଲରେ ଗାଧୋଇବା ବେଳେ ୩ ଜଣ ସ୍କୁଲ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି।

ଆଜି ସକାଳେ ସ୍କୁଲ ସରିବା ପରେ ଚାଉଳିଆଗଞ୍ଜର ତିନିଜଣ ନାବାଳିକା ଛାତ୍ରୀ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ କେନାଲରେ ପାଣିର ଗତି ପ୍ରଖର ଥିବାରୁ ଜଣେ ଛାତ୍ରୀ ଭାସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇଜଣ ଝିଅ ଭାସି ଯାଇଥିଲେ।

ଏହି ସମୟରେ ନିକଟରେ ଗାଧୋଉଥିବା ଜଣେ ବ୍ୟକ୍ତି ପହଁରି ପହଁରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ଭାସି ଯାଇଥିଲେ। ଉଦ୍ଧାର ଦୁଇ ଛାତ୍ରୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସ୍ଥଳରେ ୨ଟି ଓଡ୍ରାଫ୍‌ ଓ ବୁଡାଳି ଟିମ୍ ପହଞ୍ଚି ନିଖୋଜ ଛାତ୍ରୀଙ୍କୁ ଖୋଜୁଛନ୍ତି। ଏବେବି ନିଖୋଜ ନାବାଳିକାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।

Related story