ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଯାଜପୁର(ଅଭୟ ପତି): ଏମିତି ବି ଆସେ ଦୁର୍ଘଟଣା। ଅବିଶ୍ୱନୀୟ ଓ ଅକଳ୍ପନୀୟ। ଇଏ ଘଟଣା ଯେତିକି ଦୁଃଖଦ ସେତିକି ହୃଦୟ ବିଦାରକ। ଦୁଇଟି ଦୁଇଟି ଜୀବନ ନେଇଗଲା ଦୁର୍ଘଟଣା। ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ। ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ […]

790-13

790-13

Tapas Behera
  • Published: Monday, 03 August 2020
  • Updated: 03 August 2020, 10:06 PM IST

Sports

Latest News

ଯାଜପୁର(ଅଭୟ ପତି): ଏମିତି ବି ଆସେ ଦୁର୍ଘଟଣା। ଅବିଶ୍ୱନୀୟ ଓ ଅକଳ୍ପନୀୟ। ଇଏ ଘଟଣା ଯେତିକି ଦୁଃଖଦ ସେତିକି ହୃଦୟ ବିଦାରକ। ଦୁଇଟି ଦୁଇଟି ଜୀବନ ନେଇଗଲା ଦୁର୍ଘଟଣା।

ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ। ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରକର ଚାଳକ ଦୌଡି ପଳାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଧକ୍କାରେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ମୃତ ବାଇକ ଆରୋହୀ ସମୀର ଜେନା ବୋଲି ଜଣାପଡ଼ିଛି। ମୃତ ଟ୍ରକ ଚାଳକଙ୍କ ପରିଚୟ ମିଳିପାରିନାହିଁ। ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos