ବେଆଇନ ଭାବେ ଇ-ଟିକେଟ୍‌ ବୁକିଂ କରୁଥିଲେ, ଧରାପଡ଼ିଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଓଡ଼ିଶା କମ୍ୟୁନିକେଶନ୍‌ ଉପରେ ଖଡ଼ଗପୁର କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିସହ ୬୧ ଲକ୍ଷ ଟଙ୍କାର ମୂଲ୍ୟର ହ୍ୟାକିଂ ସଫ୍ଟୱେର ସହ ଇ-ଟିକେଟ୍‌ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୂପସା ଥାନା ଅନ୍ତର୍ଗତ ତହରପୁର ଅଞ୍ଚଳର ନିର୍ମଳ ପଣ୍ଡିତ (୨୭) ଓ ଜଳେଶ୍ୱର ଷ୍ଟେସନ୍‌ ଜାର ଅଞ୍ଚଳର ସୁଶାନ୍ତୁ କୁମାର ଡାକୁଆ। ସେମାନଙ୍କ ଠାରୁ ମୋବାଇଲ୍, ୨୩ ହଜାର ଟଙ୍କା […]

109

Jitendra Garnayak
  • Published: Sunday, 04 November 2018
  • , Updated: 04 November 2018, 09:36 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଓଡ଼ିଶା କମ୍ୟୁନିକେଶନ୍‌ ଉପରେ ଖଡ଼ଗପୁର କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିସହ ୬୧ ଲକ୍ଷ ଟଙ୍କାର ମୂଲ୍ୟର ହ୍ୟାକିଂ ସଫ୍ଟୱେର ସହ ଇ-ଟିକେଟ୍‌ ଜବତ କରାଯାଇଛି।

ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରୂପସା ଥାନା ଅନ୍ତର୍ଗତ ତହରପୁର ଅଞ୍ଚଳର ନିର୍ମଳ ପଣ୍ଡିତ (୨୭) ଓ ଜଳେଶ୍ୱର ଷ୍ଟେସନ୍‌ ଜାର ଅଞ୍ଚଳର ସୁଶାନ୍ତୁ କୁମାର ଡାକୁଆ।

ସେମାନଙ୍କ ଠାରୁ ମୋବାଇଲ୍, ୨୩ ହଜାର ଟଙ୍କା ଓ ୧୨ ଟି ଇ-ଟିକେଟ୍‌ ଜବତ କରାଯାଇଛି। ସେମାନ ବ୍ୟବହାର କରୁଥିବା ୪ଟି ଏକାଉଣ୍ଟରେ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ରହିଥିବା ଜଣାପଡ଼ିଛି।

ଦୀର୍ଘ ଦିନରୁ ଏମାନେ ବେଆଇନ ଭାବେ ରେଲୱେ ସଫ୍‌ଟୱେର ହ୍ୟାକ୍‌ କରି ଇ-ଟିକେଟ୍‌ ବୁକିଂ କରୁଥିଲେ। ରେଲୱେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏନେଇ ସୂଚନା ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା।

ଚଢ଼ାଉରେ ଖଡ଼ଗପୁର କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ୱରେ ସିକ୍ୟୁରିଟି କଣ୍ଟ୍ରୋଲ୍‌ ଇନ୍ସପେକ୍ଟର ବିକେ ଯାଦବ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related story