ଗାଁ ଦାଣ୍ଡରେ ଶୋଇଥିବା ମହିଳାଙ୍କୁ ଉଠାଇ ନେଲେ

କେନ୍ଦୁଝର(ପ୍ରଣୟ ପାଣି): ଶୀତୁଆ ରାତିରେ ଗାଁ ଦାଣ୍ଡରେ ଜଣେ ୫୦ ବର୍ଷୀୟା ମହିଳା ଶୋଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ କଲେ ଜଣେ ପରେ ଦୁଷ୍କର୍ମ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ବୁଧବାର ରାତିରେ ଆଦିବାସୀ ମହିଳା ଜଣକ ଗାଁ ଦାଣ୍ଡରେ ଶୋଇଥିଲେ। ଏହି ସମୟରେ ଦୁଇ […]

rape

Manoranjan Sial
  • Published: Friday, 13 December 2019
  • , Updated: 13 December 2019, 03:36 PM IST

କେନ୍ଦୁଝର(ପ୍ରଣୟ ପାଣି): ଶୀତୁଆ ରାତିରେ ଗାଁ ଦାଣ୍ଡରେ ଜଣେ ୫୦ ବର୍ଷୀୟା ମହିଳା ଶୋଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ତାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ କଲେ ଜଣେ ପରେ ଦୁଷ୍କର୍ମ। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ବୁଧବାର ରାତିରେ ଆଦିବାସୀ ମହିଳା ଜଣକ ଗାଁ ଦାଣ୍ଡରେ ଶୋଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କ ଗାଁ ପାଖ ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲା।

ଗତକାଲି ପୀଡିତା ଏନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ସିଂରାଇ ମଣ୍ଡା ଓ ଶୈଳେନ୍ଦ୍ର ମୁଣ୍ଡାଙ୍କୁ ଗିରଫ କରିଛି। ପୁଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିଛି। ଦୁଇ ଅଭିଯୁକ୍ତ ବିବାହିତ ବୋଲି ଜଣାପଡ଼ିଛି।

Related story