ବାହାଘର ଶୋଭାଯାତ୍ରା ବେଳେ ଅଘଟଣ; ବାଣ ନିଆଁରେ ଜଳିଗଲା ଘର

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବିବାହ ପ୍ରୋସେସନ୍‌ ବେଳେ ବାଣରୁ ନିଆଁ ଲାଗି ଜଳିଗଲା ଘର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ କେଞ୍ଜିରିଆପାଲ୍ଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତି ୧୧ଟାରୁ ୧୨ ମଧ୍ୟରେ କେଞ୍ଜିରିଆପାଲ୍ଲି ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ୍‌ କରୁଥିବା ବେଳେ ବାଣ ଫୁଟାଇଥିଲେ। ଏହି ସମୟରେ ଗୋଟିଏ ବାଣ ଗାଁର ତପନ ପ୍ରଧାନଙ୍କ ଘରେ ପଡ଼ିଥିଲା। ବାଣରୁ ନିଆଁ […]

home

home

Jitendra Garnayak
  • Published: Sunday, 10 March 2019
  • Updated: 10 March 2019, 12:10 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ବିବାହ ପ୍ରୋସେସନ୍‌ ବେଳେ ବାଣରୁ ନିଆଁ ଲାଗି ଜଳିଗଲା ଘର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ କେଞ୍ଜିରିଆପାଲ୍ଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଏଥିରେ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ରାତି ୧୧ଟାରୁ ୧୨ ମଧ୍ୟରେ କେଞ୍ଜିରିଆପାଲ୍ଲି ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ୍‌ କରୁଥିବା ବେଳେ ବାଣ ଫୁଟାଇଥିଲେ। ଏହି ସମୟରେ ଗୋଟିଏ ବାଣ ଗାଁର ତପନ ପ୍ରଧାନଙ୍କ ଘରେ ପଡ଼ିଥିଲା। ବାଣରୁ ନିଆଁ ଲାଗି ତାଙ୍କ ଘର ଜଳି ଯାଇଥିବା ଅଭିଯୋଗ ହୋଇଛି।

houseburntସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ତପନଙ୍କର ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା।

ତାଙ୍କ ଘର ଲୋକଙ୍କ କହିବା ଅନୁଯାୟୀ, ୩୦କ୍ୱିଣ୍ଟାଲ୍‌ ଚାଉଳ, ୭୦ କ୍ୱିଣ୍ଟାଲ୍‌ ଧାନ, ଆସବାବପତ୍ର, ଘରକରଣା ଜିନିଷ ଓ ନଗଦ ୨୦ହଜାର ଟଙ୍କା ସମେତ ଅନେକ ଜିନିଷ ପୋଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos