୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ବି ନିର୍ଧୁମ ଛେଚିଲେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳମା ଓ ବାଙ୍କତିରା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ତେବେ ଆଜି ସକାଳେ ଉଭୟ ଗାଁ ମଧ୍ୟରେ ଗଣ୍ଡଗୋଳ  ଓ ମାରପିଟ୍‌ ହୋଇଥିବା ଖବର ପାଇ ହଳଦିପଦର ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ପୋଲିସ ଅଧିକାରୀଙ୍କୁ ବି ଛାଡ଼ି ନଥିଲେ। ପୋଲିସ୍ ଗାଡ଼ି ଭଙ୍ଗାରୁଜା କରିବା ସହ ଏସ୍‌ଆଇଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୋଷ୍ଠୀ ସଂଘର୍ଷରେ ୨ ଜଣ ପୋଲିସ କର୍ମଚାରୀ ଓ ୪ ଜଣ ଆହତ ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଦୁଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ କରାଯାଇଛି।