ଜଳକା ଓ ସୁବର୍ଣ୍ଣରେଖାରେ ଭାସି ଗଲେ ମହିଳା ଓ ବାଳକ, କୁମ୍ଭୀର ଦେଖି ଲୋକେ ଭୟଭୀତ

ଜଳେଶ୍ୱର(ଅଜିତ୍ କୁମାର ଦାସ):ଆଜି ଜଳକା ଓ ସୁବର୍ଣ୍ଣରେଖା ବନ୍ୟା ପାଣିରେ ଜଣେ ମହିଳା ଓ ଜଣେ ବାଳକ ଭାସି ଯାଇଛନ୍ତି। ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାଳକର ପତା ମିଳିପାରିନି। ସୂଚନା ମୁତାବକ, ମଧ୍ୟାହ୍ନ ସମୟରେ ଜଳକା ନଦୀରେ ଭାସି ଯାଇଥିଲେ ଜଣେ ୧୩ ବର୍ଷର ବାଳକ। ଜଳେଶ୍ୱର କୋଟପୋଲ ଠାରୁ ରାଉତପଡା ରାସ୍ତାରେ ପଳାସୀଆ ନିକଟରେ ଏହି ଘଟଣା ଘଟିଥିଲା। ଏନ୍‌ଡ଼ିଆରଏଫ୍ ଓ ଓଡ୍ରାଫ ଟିମ ନଦୀ ପଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ […]

crocodile

  • Published: Monday, 22 August 2022
  • , Updated: 22 August 2022, 07:59 PM IST

ଜଳେଶ୍ୱର(ଅଜିତ୍ କୁମାର ଦାସ):ଆଜି ଜଳକା ଓ ସୁବର୍ଣ୍ଣରେଖା ବନ୍ୟା ପାଣିରେ ଜଣେ ମହିଳା ଓ ଜଣେ ବାଳକ ଭାସି ଯାଇଛନ୍ତି। ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାଳକର ପତା ମିଳିପାରିନି।

ସୂଚନା ମୁତାବକ, ମଧ୍ୟାହ୍ନ ସମୟରେ ଜଳକା ନଦୀରେ ଭାସି ଯାଇଥିଲେ ଜଣେ ୧୩ ବର୍ଷର ବାଳକ। ଜଳେଶ୍ୱର କୋଟପୋଲ ଠାରୁ ରାଉତପଡା ରାସ୍ତାରେ ପଳାସୀଆ ନିକଟରେ ଏହି ଘଟଣା ଘଟିଥିଲା। ଏନ୍‌ଡ଼ିଆରଏଫ୍ ଓ ଓଡ୍ରାଫ ଟିମ ନଦୀ ପଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତା ପାଇପାରିନାହାନ୍ତି। ନିଖୋଜ ବାଳକ ଜଣକ ପାଲସିଆ ଗ୍ରାମର ଚିନ୍ମୟ ମହାପାତ୍ର। ସେ ଅଷ୍ଟମ ଶ୍ରେଣୀରେ ପାଠପଢ଼ନ୍ତି। ଆଜି ସେ ଗାଇ ନେଇ ନଦୀ କୂଳକୁ ଆସିଥିବା ବେଳେ କୌଣସି କାରଣ ବଶତଃ ଭାସି ଯାଇଥିବା ଲୋକେ କହିଛନ୍ତି।

ସେହିପରି ସୁବର୍ଣ୍ଣରେଖା ନଦୀରେ ଭାସିଯାଇ ଜଣେ ମହିଳାଙ୍କ ମୃତ ହୋଇଛି। ଶୌଚ ପାଇଁ ଯାଇଥିବା ବେଳେ ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁ ନିକଟ ସୁବର୍ଣ୍ଣରେଖାରେ ଭାସିଯାଇଛନ୍ତି ଏହି ମିଳିଲା। ମୃତଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ମୃତକ ଜଣକ ବଡ଼ତାଳପଦାର ରତନୀ ମଙ୍ଗରାଜ(୩୫)।

ତେଣେ ଜଳକା ବଢ଼ି ପାଣିରେ ବିଶାଳ କୁମ୍ଭୀର ଦେଖି ଲୋକେ ଛାନିଆ। ସୂଚନା ଅନୁଯାୟୀ ବସ୍ତା ଗାନ୍ଧିଛକ ନିକଟ ଜଳକା ନଦୀରେ ଏକ କୁମ୍ଭୀର ପହଁରୁ ଥିବା ଆଜି ଲୋକେ ଦେଖିବାକୁ  ପାଇଥିଲେ। ଗୋଟିଏ ପଟେ ବନ୍ୟା ପରିସ୍ଥିତି ପାଇଁ ଲୋକେ ବିଷଧର ସାପ ଆକ୍ରମଣ ଭୟରେ ରହିଥିବା ବେଳେ ଅନ୍ୟପଟେ କୁମ୍ଭୀର ଭୟ ଏବେ ଅଞ୍ଚଳବାସୀଙ୍କ ନିଦ ଉଡ଼ାଇ ଦେଇଛି। ଜଳକା ନଦୀରେ କୁମ୍ଭୀର ଦେଖାଯିବା ପରେ ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି।

Related story