ଆକାଶରୁ ଖସିଲା ମୃତ୍ୟୁ ଦୂତ, ଟଳି ପଡ଼ିଲେ ଦୁଇ ମହିଳା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶାଗ ତୋଳୁଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଘଟିଛି। ଧର୍ମଗଡ଼ ବ୍ଲକ ବେହେରା ଗାଁର ଜୟମଣୀ ଗୋପାଳ ଓ ଭୂମିସୁତା ଗୋପାଳ ପୋଖରୀ ପାଖରେ ଶାଗ ତୋଳୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ଜୟମଣୀଙ୍କୁ ଧର୍ମଗଡ଼ ଓ ଭୂମିସୁତାଙ୍କୁ ବୁର୍ଲା […]

Two-women-killed-in-lightning-strike-in-kalahandi

Manoranjan Sial
  • Published: Thursday, 16 May 2019
  • , Updated: 16 May 2019, 09:39 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶାଗ ତୋଳୁଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଘଟିଛି।
ଧର୍ମଗଡ଼ ବ୍ଲକ ବେହେରା ଗାଁର ଜୟମଣୀ ଗୋପାଳ ଓ ଭୂମିସୁତା ଗୋପାଳ ପୋଖରୀ ପାଖରେ ଶାଗ ତୋଳୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ଜୟମଣୀଙ୍କୁ ଧର୍ମଗଡ଼ ଓ ଭୂମିସୁତାଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କୁ ମୃତ୍ୟୁ ଘଟିଥିଲା।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୮ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ସବୁଠାରୁ ଉଦ୍‌ବେଗ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଥିଲା। ସେଠାରେ ଚତୁର୍ଥୀ ଭୋଜି ଚାଲିଥିବା ବେଳେ ବଜ୍ରପାତ ହେବାରୁ ବରର ମୃତ୍ୟୁ ହୋଇଥିବା ବେଳେ କନିଆ ସମେତ ୫ ଜଣ ଗୁରୁତ ଆହତ ହୋଇଥିଲେ।

Related story