ଉଚ୍ଚଶିକ୍ଷା କ୍ଷେତ୍ରରେ ବଢ଼ିଲା ଏସସି ଓ ଏସଟିଙ୍କ ସଂରକ୍ଷଣ

ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହୁଥିବା ସିଟ୍ ସଂଖ୍ୟା ବୃଦ୍ଧି କରାଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ । ପୂର୍ବରୁ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୮% ସିଟ୍ ସଂରକ୍ଷିତ ରହୁଥିବା ବେଳେ ଏବେ ଏହାକୁ ସରକାର ୧୬.୨୫%କୁ ବଢ଼ାଇ ଦେଇଛନ୍ତି । ସେହିପରି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ […]

GovtofOrissa

Rakesh Mallick
  • Published: Wednesday, 29 April 2015
  • , Updated: 29 April 2015, 01:15 PM IST

ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହୁଥିବା ସିଟ୍ ସଂଖ୍ୟା ବୃଦ୍ଧି କରାଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ । ପୂର୍ବରୁ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୮% ସିଟ୍ ସଂରକ୍ଷିତ ରହୁଥିବା ବେଳେ ଏବେ ଏହାକୁ ସରକାର ୧୬.୨୫%କୁ ବଢ଼ାଇ ଦେଇଛନ୍ତି । ସେହିପରି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ୧୨% ସିଟ୍ ସଂରକ୍ଷିତ ରହୁଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ୨୨.୫%କୁ ବଢ଼ାଇ ଦେଇଛନ୍ତି ।

Related story