ଉଦଳା: ବସ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଆଠଗୁଡା ନିକଟରେ ବସ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାଜନ ସାହିର ଚେତନ ସରେନ ଏବଂ ବଳଭଦ୍ରପୁରର କୁନା ରାଉତ। ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସୀମା ନାମକ ଏକ ଯାତ୍ରୀବାହୀ ବସ୍ ପାଟଶାଣିପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଭାରସାମ୍ୟ ହରାଇ ବୁନ୍ଦାଗଡି ଛକ ଆଠଗୁଡା ନିକଟରେ ଏକ ମୋଟର ସାଇକେଲକୁ ଧକ୍କା […]

bus

Rakesh Mallick
  • Published: Monday, 12 October 2015
  • , Updated: 12 October 2015, 01:55 PM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଆଠଗୁଡା ନିକଟରେ ବସ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାଜନ ସାହିର ଚେତନ ସରେନ ଏବଂ ବଳଭଦ୍ରପୁରର କୁନା ରାଉତ। ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ସୀମା ନାମକ ଏକ ଯାତ୍ରୀବାହୀ ବସ୍ ପାଟଶାଣିପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ଭାରସାମ୍ୟ ହରାଇ ବୁନ୍ଦାଗଡି ଛକ ଆଠଗୁଡା ନିକଟରେ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସ୍ ଡ୍ରାଇଭର ଫେରାର ହୋଇଯାଇଛି।

Related story