ସୁନା ଦୋକାନ ଲୁଟି ପଳାଉଥିବା ଦୁର୍ବୃତ୍ତଙ୍କୁ ଗୋଡାଇ ଧରିଲା ପୋଲିସ୍‌

ଉଦଳା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଉଦଳାର କଳିଙ୍ଗ ଜୁଏଲାରୀରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଫେରାର ହୋଇଯାଥିବା ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ଉଦଳା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏହି ସୁନା ଦୋକାନ ଆଗରେ ବୋମା ମାଡ କରିବା ସହ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଲୁଟ୍‌ କରି ଫେରାର ହୋଇ ଯାଇଥିଲେ। ତେବେ କପ୍ତିପଦା ପୋଲିସ ସେମାନଙ୍କ ପିଛା କରି ଛତ୍ରପୁର ନିକଟରେ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 10:45 PM IST

ଉଦଳା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଉଦଳାର କଳିଙ୍ଗ ଜୁଏଲାରୀରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଫେରାର ହୋଇଯାଥିବା ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ଉଦଳା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏହି ସୁନା ଦୋକାନ ଆଗରେ ବୋମା ମାଡ କରିବା ସହ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଲୁଟ୍‌ କରି ଫେରାର ହୋଇ ଯାଇଥିଲେ। ତେବେ କପ୍ତିପଦା ପୋଲିସ ସେମାନଙ୍କ ପିଛା କରି ଛତ୍ରପୁର ନିକଟରେ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଅଛି। ଏହି ଘଟଣାରେ ଦୋକାନର ସେଲ୍‌ମ୍ୟାନ୍‌ ସୁକାନ୍ତ ବେହେରା ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳି ବାଜିଛି।

ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ପ୍ରଥମେ ଦୋକାନ ସାମ୍ନାରେ ବୋମା ଫୁଟାଇ ଭିତରକୁ ପ୍ରବେଶ କରିଥିଲେ। ଜୁଏଲାରୀ ଭିତରକୁ ପଶିବା ପରେ ସେଲ୍ସମ୍ୟାନ୍‌ ସୁକାନ୍ତଙ୍କୁ ସେମାନେ ଗୁଳି କରିଥିଲେ।

Related story