ୟୁଜିସି ନେଟ୍ ପରୀକ୍ଷା ଦେଲେ ୧୨ହଜାର ଓଡିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିବିଏସଇ ପକ୍ଷରୁ ଆୟୋଜିତ ୟୁଜିସି ନ୍ୟାସନାଲ ଏଲିଜିବିଲ୍ ଟେଷ୍ଟ(ନେଟ୍)ରେ ଓଡ଼ିଶାରୁ ୧୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରବିବାର ସାରାଦେଶର ୮୯ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ପାଇଁ ରାଜ୍ୟରେ ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ତିନିଟି ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଛି।  ପ୍ରଥମ ବିଷୟ ପରୀକ୍ଷା ସକାଳ ୯ ଟା ୩୦ରୁ ୧୦ଟା ୪୫ ଯାଏଁ, ଦ୍ୱିତୀୟ ବିଷୟରେ ସକାଳ ୧୧ ଟା ୧୫ରୁ ମଧ୍ୟାହ୍ନ ୧୨ଟା ୩୦ଯାଏଁ ଅନୁଷ୍ଠିତ ହୋଇଛି। ସେହିପରି ତୃତୀୟ […]

student

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 11:56 AM IST

ଭୁବନେଶ୍ୱର: ସିବିଏସଇ ପକ୍ଷରୁ ଆୟୋଜିତ ୟୁଜିସି ନ୍ୟାସନାଲ ଏଲିଜିବିଲ୍ ଟେଷ୍ଟ(ନେଟ୍)ରେ ଓଡ଼ିଶାରୁ ୧୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରବିବାର ସାରାଦେଶର ୮୯ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ପାଇଁ ରାଜ୍ୟରେ ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ତିନିଟି ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଛି।  ପ୍ରଥମ ବିଷୟ ପରୀକ୍ଷା ସକାଳ ୯ ଟା ୩୦ରୁ ୧୦ଟା ୪୫ ଯାଏଁ, ଦ୍ୱିତୀୟ ବିଷୟରେ ସକାଳ ୧୧ ଟା ୧୫ରୁ ମଧ୍ୟାହ୍ନ ୧୨ଟା ୩୦ଯାଏଁ ଅନୁଷ୍ଠିତ ହୋଇଛି। ସେହିପରି ତୃତୀୟ ବିଷୟରେ ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହୋଇଛି। ପ୍ରଥମ ବିଷୟରେ ଛାତ୍ରଛାତ୍ରମାନେ ୬୦ଟି ପ୍ରଶ୍ନରୁ ୫୦ଟି ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ। ସେହିପରି ଦ୍ୱିତୀୟ ବିଷୟରେ ୫୦ଟି ପ୍ରଶ୍ନର ଉତ୍ତର ବାଧ୍ୟତାମୂଳକ ଥିବା ବେଳେ ତୃତୀୟ ବିଷୟରେ ୭୫ଟି ପ୍ରଶ୍ନର ଉତ୍ତର ବାଧ୍ୟତାମୂଳକ ଅଟେ।

Related story