ଉଲିବୁରୁ ଖଣି ଦୁର୍ନୀତି: କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ୩ ଅଭିଯୁକ୍ତ ହାଜର

କେନ୍ଦୁଝର:ଉଲିବୁରୁ ଖଣି ଦୁର୍ନୀତି ମାମଲାରେ କେନ୍ଦୁଝରସ୍ଥିତ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ହାଜର ହେଲେ ତିନି ଅଭିଯୁକ୍ତ। ଏମାନେ ହେଲେ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ନିଲମ୍ୱିତ ଖଣି ଅଧିକାରୀ ମାନସ ମହାନ୍ତି ଓ ସତ୍ୟବ୍ରତ ରାଉତ। ଏହି ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ଆଜି ଏମାନଙ୍କୁ ଭିଜିଲାନସ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା । ଏହାପୂର୍ବରୁ ସ୍ୱତନ୍ତ୍ର ଭିଜିଲାନସ୍ ଜଜ୍ ୧୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେସ ଦାଖଲ ଲାଗି କୋର୍ଟରେ ହାଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଥ୍ୟ ପାଇନଥିବା ଆଧାରରରେ ଅଭିଯୁକ୍ତମାନେ ଟାଇମ ପିଟିସନ ଦାଖଲ କରୁଥିବାରୁ ଚାର୍ଜଫ୍ରେମ ଦାଖଲରେ ବିଳମ୍ୱ ହେଉଛି।