ଉଲିବୁର ଖଣି ଦୁର୍ନୀତି ମାମଲା: କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ,ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ

କେଉଁଝର: ୧୮ ଶହ କୋଟି ଟଙ୍କାରୁ ଅଧିକ ଉଲିବୁର ଖଣି ମହାଦୁର୍ନୀତିରେ ଅଭିଯୁକ୍ତଙ୍କ ମଧ୍ୟରୁ ମଙ୍ଗଳବାର କୋର୍ଟରେ ମାତ୍ର ୪ଜଣ ହାଜର ହୋଇଥିଲେ। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ଖଣିକ୍ଷେତ୍ରର ନିଲମ୍ୱିତ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଓ ଯୋଡ଼ାର ତତ୍କାଳୀନ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ ରବୀନ୍ଦ୍ର ମହାନ୍ତ। ଏମାନଙ୍କ ମଧ୍ୟରୁ ଦୀପକ ଗୁପ୍ତା ୨୦୭ ସିଆରପିସି ଅନୁସାରେ ସମସ୍ତ ନଥିପତ୍ର ଦେବାକୁ ମାନ୍ୟବର କୋର୍ଟରେ ପ୍ରାର୍ଥନା କରିଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ […]

sbl

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 01:00 PM IST

କେଉଁଝର: ୧୮ ଶହ କୋଟି ଟଙ୍କାରୁ ଅଧିକ ଉଲିବୁର ଖଣି ମହାଦୁର୍ନୀତିରେ ଅଭିଯୁକ୍ତଙ୍କ ମଧ୍ୟରୁ ମଙ୍ଗଳବାର କୋର୍ଟରେ ମାତ୍ର ୪ଜଣ ହାଜର ହୋଇଥିଲେ। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ଖଣିକ୍ଷେତ୍ରର ନିଲମ୍ୱିତ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତି ଓ ଯୋଡ଼ାର ତତ୍କାଳୀନ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ ରବୀନ୍ଦ୍ର ମହାନ୍ତ। ଏମାନଙ୍କ ମଧ୍ୟରୁ ଦୀପକ ଗୁପ୍ତା ୨୦୭ ସିଆରପିସି ଅନୁସାରେ ସମସ୍ତ ନଥିପତ୍ର ଦେବାକୁ ମାନ୍ୟବର କୋର୍ଟରେ ପ୍ରାର୍ଥନା କରିଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତା ଅଗଷ୍ଟ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ତା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ ୭ ତାରିଖକୁ ସ୍ଥିର କରିବା ସହ ସେହିଦିନ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story