ଲୋକେ ମାନିଲେନି କଟକଣା; ଉମରକୋଟକୁ ଶଟଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ନିୟମକୁ ଅଣଦେଖା କରାଯାଉଥିବାରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳ ଓ ବ୍ଲକକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗତକାଲି ମଧ୍ୟରାତ୍ରରୁ ଏହି କଟକଣା ଲାଗୁ ହୋଇଛି।   ଆସନ୍ତା ୨୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଏହି ସମୟ ମଧ୍ୟରେ ଜରୁରୀକାଳିନ ସେବାକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ […]

umarkota-1-1

umarkota-1-1

Niharika Rout
  • Published: Saturday, 27 June 2020
  • Updated: 27 June 2020, 07:46 AM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ନିୟମକୁ ଅଣଦେଖା କରାଯାଉଥିବାରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳ ଓ ବ୍ଲକକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗତକାଲି ମଧ୍ୟରାତ୍ରରୁ ଏହି କଟକଣା ଲାଗୁ ହୋଇଛି।   ଆସନ୍ତା ୨୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଏହି ସମୟ ମଧ୍ୟରେ ଜରୁରୀକାଳିନ ସେବାକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ଉମରକୋଟ ପୌରପାଳିକା ପକ୍ଷରୁ ଏନେଇ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି । ଏହି ସମୟ ମଧ୍ୟରେ ଶଟଡାଉନ୍‌ କଟକଣା ଭାଙ୍ଗିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos