ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧିଙ୍କ ଫଟୋ ଧରି ଧାରଣାରେ ବସିଲେ ଆଶାୟୀ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଚାକିରି ଦେବେ କହି ଜମିରେ ବିଦ୍ୟୁତ ଖୁଣ୍ଟ ପୋତିଲେ। ପରେ ପ୍ରତିଶ୍ରୁତି ଭୁଲିଗଲେ। ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ପରିବର୍ତ୍ତେ ବାହାର ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି। ଏହାର ପ୍ରତିବାଦରେ ଆଜି ବେକାର ଯୁବକ ଓ ଯୁବତୀମାନେ ମହାତ୍ମା ଗାନ୍ଧିଙ୍କ ଫଟୋ ଧରି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ଗ୍ରୀଡ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ସଇଁତଲା ବ୍ଲକ କରମତଲାରେ ୩୩ କେଭିର ଗ୍ରୀଡ଼ ସ୍ଥାପନ କରାଯାଇଛି। ଗ୍ରୀଡ୍‌ ପ୍ରତିଷ୍ଠା […]

Titilagarh

Manoranjan Sial
  • Published: Saturday, 02 October 2021
  • , Updated: 02 October 2021, 05:37 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଚାକିରି ଦେବେ କହି ଜମିରେ ବିଦ୍ୟୁତ ଖୁଣ୍ଟ ପୋତିଲେ। ପରେ ପ୍ରତିଶ୍ରୁତି ଭୁଲିଗଲେ। ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ପରିବର୍ତ୍ତେ ବାହାର ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି। ଏହାର ପ୍ରତିବାଦରେ ଆଜି ବେକାର ଯୁବକ ଓ ଯୁବତୀମାନେ ମହାତ୍ମା ଗାନ୍ଧିଙ୍କ ଫଟୋ ଧରି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ଗ୍ରୀଡ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସଇଁତଲା ବ୍ଲକ କରମତଲାରେ ୩୩ କେଭିର ଗ୍ରୀଡ଼ ସ୍ଥାପନ କରାଯାଇଛି। ଗ୍ରୀଡ୍‌ ପ୍ରତିଷ୍ଠା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ବସୁଥିବା ଜମି ମାଲିକଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଯେଉଁଥିପାଇଁ ସ୍ଥାନୀୟ ଲୋକମାନେ ନିଜର ଜମିରେ ବିଦ୍ୟୁତ ଖୁଣ୍ଟ ପୋତିବାକୁ ଅନୁମତି ଦେଇଥିଲେ।

ତେବେ ଗ୍ରୀଡ୍‌ ପ୍ରତିଷ୍ଠା ପରେ ନିଯୁକ୍ତି ନେଇ ଦେଇଥିବା ପ୍ରତିଶ୍ରୁତି କଥା ଭୁଲିଗଲେ ପ୍ରଶାସନ। ଯାହାକୁ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଛନ୍ତି। ବର୍ତ୍ତମାନ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ଅଣଦେଖା କରାଯାଉଛି। ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଛି। ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଯୁବକ ଓ ଯୁବତୀମାନେ ଗ୍ରୀଡ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେପଟେ ଧାରଣାକୁ ସମର୍ଥନ ଜଣାଇଛି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ଆଜି ସଂଘର କର୍ମକର୍ତ୍ତାମାନେ ଗ୍ରୀଡ୍‌ରେ ତାଲା ପକାଇ ନିଯୁକ୍ତି ଦାବି ନେଇ ଧାରଣାରେ ବସିଛନ୍ତି।

କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ବସନ୍ତ ବୁଡେକ ନିଯୁକ୍ତି ଦାବିରେ ଗ୍ରୀଡ୍‌ ସାମ୍ନାରେ ଧାରଣାରେ ବସିଥିଲେ। ସେହି ସମୟରେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି କରମତଲା ଗ୍ରୀଡ଼ରେ ତାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ନିଯୁକ୍ତ ଦିଆଯାଇନଥିବା ଅଭିଯୋଗ ହୋଇଛି।

Related story