ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୮୦୦ ଟଙ୍କାର ୟୁନିଫର୍ମ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗ୍ନିଶମ ବାହିନୀ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀମାନଙ୍କୁ ଏହି ବାର୍ଷିକ ଭତ୍ତା ମିଳିବ । ଗୃହ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଫିଲଟର ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର ଓ […]

fire-service

Ordigital Desk
  • Published: Monday, 06 June 2022
  • , Updated: 07 June 2022, 03:14 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗ୍ନିଶମ ବାହିନୀ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀମାନଙ୍କୁ ଏହି ବାର୍ଷିକ ଭତ୍ତା ମିଳିବ । ଗୃହ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଫିଲଟର ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର ଓ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର, ହେଲପର ଫାୟାରମ୍ୟାନ ଏଣିକି ବାର୍ଷିକ ୫୭୦୦ଟଙ୍କା ଭତ୍ତା ୟୁନିଫର୍ମ ବାବଦରେ ପାଇବେ ।
ସେହିପରି ଅଗ୍ରଣୀ ଫାୟାରମ୍ୟାନ୍ , ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକଙ୍କୁ ବାର୍ଷିକ ୫୮୦୦ଟଙ୍କା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବାର୍ଷିକ ୨ହଜାର ଟଙ୍କା ୟୁନିଫର୍ମ ଭତ୍ତା ମିଳିବ ।
ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଭତ୍ତା ନିମନ୍ତେ ବଜେଟରେ ୨.୦୦୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି । ଏହି ଭତ୍ତା ପ୍ରତିବର୍ଷ ଜୁଲାଇ ମାସରେ ମଞ୍ଜୁର କରାଯିବ । ଯେଉଁ କର୍ମଚାରୀମାନଙ୍କର ଜୁଲାଇ ମାସ ସୁଦ୍ଧା ଅବସର ନେବାକୁ ଆଉ ୬ମାସ ବାକି ଥିବ ସେମାନେ ଏହି ଭତ୍ତା ସମ୍ପୃକ୍ତ ବର୍ଷ ପାଇଁ ପାଇବେ ନାହିଁ । ଏହି ୟୁନିଫର୍ମରେ ସମାନତା ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ସମସ୍ତ ଅଫିସର ଓ କର୍ମଚାରୀଙ୍କ ପାଇଁ ନିର୍ଦ୍ଧାରିତ ବିସ୍ତୃତ ଡ୍ରେସ କୋଡ୍ ଜାରି କରିବ । ଏହି ୟୁନିଫର୍ମ ଭତ୍ତାକୁ କର୍ମଚାରୀମାନେ କେବଳ ଏହି ୟୁନିଫର୍ମ ନିମନ୍ତେ ଉପଯୋଗ କରିବେ ବୋଲି ଏକ ଲିଖିତ ରାଜିନାମା ଦେବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related story