‘କଶ୍ମୀର ପାଇଁ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବ ହୋଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ଓ କଶ୍ମୀର ଜନସମ୍ୱାଦ ରାଲିରେ ଯୋଡିହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ୍‌ ରାଲିରେ ଯୋଡ଼ି ହୋଇ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତରେ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ […]

bjp

Manoranjan Sial
  • Published: Tuesday, 23 June 2020
  • , Updated: 23 June 2020, 09:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ଓ କଶ୍ମୀର ଜନସମ୍ୱାଦ ରାଲିରେ ଯୋଡିହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ପକ୍ଷରୁ ଆୟୋଜିତ ଏହି ଭର୍ଚୁଆଲ୍‌ ରାଲିରେ ଯୋଡ଼ି ହୋଇ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତରେ ଧୂଆଁ କାରଣରୁ ପ୍ରତିବର୍ଷ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ପରିବାରରୁ ଆସିଥିବାରୁ ସେ ପ୍ରଥମେ ମା’ ଓ ଭଉଣୀମାନଙ୍କ ଏହି ଦୁଃଖ ବୁଝିବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରି ମହିଳାଙ୍କ ଆଖିରୁ ଲୁହ ପୋଛିଛନ୍ତି। ଯାହା ବର୍ତ୍ତମାନ ସଫଳ ହୋଇଛି। ଦେଶର ୮ କୋଟି ମହିଳାଙ୍କୁ ଗ୍ୟାସ ଯୋଗାଇ ଦିଆଯାଇଛି। ଜମ୍ମୁ ଓ କଶ୍ମୀରରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦି ଦେଶର କ୍ଷମତା ଗ୍ରହଣ କରିବା ପରେ ତାଙ୍କ ପ୍ରତି ଲୋକଙ୍କ ଭରସା ବଢିଛି। ସବ୍‌କା ସାଥ୍‌‍ ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି କାମ କରୁଛନ୍ତି। ଜମ୍ମୁ ଓ କଶ୍ମୀର ସମେତ ସାରା ଦେଶରେ ଲୋକମାନେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ଲାଭ ପାଉଛନ୍ତି। କୃଷକ, ମହିଳା, ଯୁବକ, ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ପାଇଁ ମୋଦି ସରକାର ସମର୍ପିତ। ଜମ୍ମୁ ଓ କଶ୍ମୀର ପାଇଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଖିଥିବା ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଉଛି।”

Related story