“ଓଡ଼ିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ଼ ଭୂମିକା ନେବ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗଚ୍ଛିତ ଥିବା ଅମାପ କ୍ରୋମିୟମ୍‌ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ଼ ଭୂମିକା ନେବ। ଆଜି ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ କ୍ରୋମିୟମ୍‌ ବିକାଶ ସଂଘ ପକ୍ଷରୁ ଆୟୋଜିତ କ୍ରୋମିୟମ୍‌-୨୦୧୯ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“ଓଡ଼ିଶାରେ ୯୫ ପ୍ରତିଶତରୁ ଅଧିକ କ୍ରୋମ୍‌ ଗଚ୍ଛିତ ଅଛି। ଯାହା ଅଧିକ ଗୁଣବତା। ଦେଶରେ କ୍ରୋମିୟମ୍‌ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାରୁ ଏହା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି […]

petroliam

Manoranjan Sial
  • Published: Wednesday, 06 November 2019
  • , Updated: 06 November 2019, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗଚ୍ଛିତ ଥିବା ଅମାପ କ୍ରୋମିୟମ୍‌ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ଼ ଭୂମିକା ନେବ। ଆଜି ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ କ୍ରୋମିୟମ୍‌ ବିକାଶ ସଂଘ ପକ୍ଷରୁ ଆୟୋଜିତ କ୍ରୋମିୟମ୍‌-୨୦୧୯ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ଓଡ଼ିଶାରେ ୯୫ ପ୍ରତିଶତରୁ ଅଧିକ କ୍ରୋମ୍‌ ଗଚ୍ଛିତ ଅଛି। ଯାହା ଅଧିକ ଗୁଣବତା। ଦେଶରେ କ୍ରୋମିୟମ୍‌ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାରୁ ଏହା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରଖିବ।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ୍‌ ଅର୍ଥନୀତିକୁ ହାସଲ କରିବାର ଲକ୍ଷ୍ୟ ରଖିଛି। ତେଣୁ ଦେଶରେ ଉଭୟ ବ୍ୟବସାୟିକ ଓ ଜନସାଧାରଣଙ୍କ ଜୀବନଶୈଳୀ ଉପରେ ଅଧିକ ଯୋର ଦିଆଯାଇଛି। ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉତ୍‌କୃଷ୍ଟ ସ୍ଥାନ।”

ସେ କହିଛନ୍ତି-“ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଠାରେ ପୁଞ୍ଜିନିବେଶ ବୃଦ୍ଧି କରିବା ନେଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି। ରାଜନୈତିକ ସ୍ଥିରତା, ପୂର୍ବାନୁମାନ ନୀତି ଓ ଗୋଟିଏ ବୃହତ ବଜାରକୁ ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତ ଏକ ଉତ୍‌କୃଷ୍ଟ ସ୍ଥାନ ହୋଇପାରିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗତ ପଦକ୍ଷେପ ଓ ଇସ୍ପାତ୍ ଶିଳ୍ପ ଗୁଡିକର ଉଦ୍ୟମ କାରଣରୁ ଭାରତୀୟ ଇସ୍ପାତ କ୍ଷେତ୍ରରେ ବିଗତ ଦିନମାନଙ୍କରେ ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି। ଭାରତରେ କଳଙ୍କ ଲାଗୁନଥିବା ଇସ୍ପାତର ଉତ୍ପାଦନ ଓ ବ୍ୟବହାରର ବୃଦ୍ଧି ଦେଶର ଅର୍ଥନୀତିକୁ ମଜବୁତ୍ କରିବ।”

Related story