‘ଏକବିଂଶ ଶତାବ୍ଦୀରେ ଓଡ଼ିଶା ଭାରତର ୧ ନମ୍ୱର ରାଜ୍ୟ ହେଉ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏକବିଂଶ ଶତାବ୍ଦୀରେ ଓଡ଼ିଶା ଭାରତର ୧ ନମ୍ୱର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଞ୍ଚଳ ହେଉ। ଆଉ ପ୍ରବାସୀ ଓଡ଼ିଆମାନେ ଅଗ୍ରଦୂତ ହୁଅନ୍ତୁ। ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“ସମୟ ବଦଳିବା ସହିତ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ବଦଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି। ଆଜି ଏହାକୁ ବ୍ୟାପକ […]

minister

minister

Manoranjan Sial
  • Published: Sunday, 15 December 2019
  • Updated: 15 December 2019, 10:12 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏକବିଂଶ ଶତାବ୍ଦୀରେ ଓଡ଼ିଶା ଭାରତର ୧ ନମ୍ୱର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଞ୍ଚଳ ହେଉ। ଆଉ ପ୍ରବାସୀ ଓଡ଼ିଆମାନେ ଅଗ୍ରଦୂତ ହୁଅନ୍ତୁ। ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ସମୟ ବଦଳିବା ସହିତ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ବଦଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି। ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଲେଖା, ପଢା ଓ ଜ୍ଞାନରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଆମାନେ ସୁନାମ ଅର୍ଜନ କରିଛନ୍ତି।”

ସେ ଆହୁରି କହିଛନ୍ତି-“ଓଡ଼ିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା। ଓଡ଼ିଆଙ୍କ ଚରିତ୍ର ହେଉଛି ପରିଶ୍ରମ, ସାଧୁତା ଓ ସମ୍ୱେଦନଶୀଳତା। ଯାହା ଆଜିର ବସ୍ତୁବାଦୀ ଦୁନିଆରେ ଦୁଃମୂଲ୍ୟ ହୋଇପଡ଼ିଛି। ଆଉ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ। ଏହି ସମୟରେ ଓଡ଼ିଆମାନେ ଓଡ଼ିଶା ପାଇଁ ବଡ଼ କଳ୍ପନା କରିବାର ଆବଶ୍ୟକତା ରହିଛି। ତେଣୁ ଏବେ ନିଜ ଅଞ୍ଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ୱ ନେବାର ସମୟ ଆସିଛି। ଓଡ଼ିଆ ଜାତିକୁ ବିଶ୍ୱରେ ପରିଚିତ କରିବାର ଦାୟିତ୍ୱ କେବଳ ଦିଲ୍ଲୀ ଓ ଭୁବନେଶ୍ୱରରେ ଥିବା ସରକାରଙ୍କର ନୁହେଁ, ସମଗ୍ର ଓଡ଼ିଆଙ୍କର। ଓଡ଼ିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ୱୁଲ, ସୋରିଷ ତରକାରୀ, ମାଛ, ସମ୍ୱଲପୁରୀ ଶାଢୀ, ଖୋର୍ଦ୍ଧା ଗାମୁଛା ଏବେ ବିଶ୍ୱରେ କିଏ ପହଁଚାଇବ? ଏକବିଂଶ ଶତାବ୍ଦୀରେ ଓଡ଼ିଶାର ସମସ୍ତେ ଏକାଠୀ ହୋଇ ଓଡ଼ିଶାର ଏହି ସବୁ ଜିନିଷକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି। ତେବେ ଯାଇ ଓଡ଼ିଶା ବିଶ୍ୱରେ ଅଧିକରୁ ଅଧିକ ପରିଚୟ ଲାଭ କରିପାରିବ। ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ୱେଦନଶୀଳ, ଭାବନାତ୍ମକ ସେ ଜାତି ସେତେ ବଡ଼ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos