ଆକଳନ ତୁଳନାରେ ଓଡ଼ିଶାକୁ କମ ଅର୍ଥ ମିଳିବା ଖବରକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବଜେଟ୍‌ରେ ଆକଳନଠାରୁ ଓଡ଼ିଶାକୁ କମ୍ ଅର୍ଥ ମିଳିଥିବାର ଆରୋପକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି,“ରେଳ ବଜେଟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ମୁଖ୍ୟ ବଜେଟ୍‌ର ସମସ୍ତ ବିବରଣୀ ମଧ୍ୟ ପବ୍ଲିକ ଡୋମେନରେ ନାହିଁ।” ପୋଲାଭରମ ପ୍ରକଳ୍ପକୁ କଂଗ୍ରେସ କଡ଼ା […]

dharmendra

Manoranjan Sial
  • Published: Saturday, 06 July 2019
  • , Updated: 06 July 2019, 08:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବଜେଟ୍‌ରେ ଆକଳନଠାରୁ ଓଡ଼ିଶାକୁ କମ୍ ଅର୍ଥ ମିଳିଥିବାର ଆରୋପକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି,“ରେଳ ବଜେଟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ମୁଖ୍ୟ ବଜେଟ୍‌ର ସମସ୍ତ ବିବରଣୀ ମଧ୍ୟ ପବ୍ଲିକ ଡୋମେନରେ ନାହିଁ।”

ପୋଲାଭରମ ପ୍ରକଳ୍ପକୁ କଂଗ୍ରେସ କଡ଼ା ସମାଲୋଚନା କରୁଛି। ଏହାର ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ କହିଛନ୍ତି,“ପୋଲାଭରମ୍‌ ପ୍ରସଙ୍ଗରେ କଂଗ୍ରେସ ସମାଲୋଚନା କରିବାର କୌଣସି ନୈତିକତା ନାହିଁ। ୨୦୦୫ରେ ଏକତରଫା ଭାବେ ଓଡ଼ିଶାର ଆଦିବାସୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେଉଁମାନେ ପୋଲାଭରମ ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲେ? ସେହି ସମୟରେ କଂଗ୍ରେସର ସରକାର ଦିଲ୍ଲୀରେ ଓ ଆନ୍ଧ୍ରପ୍ରଦେଶରେ ଥିଲା। କଂଗ୍ରେସର ବିଧାୟକମାନେ ତାଙ୍କର ଇଜ୍ଜତ ବଞ୍ଚାନ୍ତୁ। ଏଥର ନିର୍ବାଚନରେ ବହୁତ ଖରାପ ଅବସ୍ଥାରେ ଓଡ଼ିଆ ଲୋକେ ତାଙ୍କୁ ରଖିଲେ। ଭାରତବର୍ଷର ଲୋକମାନେ କଂଗ୍ରେସ ଓ ତାଙ୍କ ଅହଙ୍କାରୀ ନେତାଙ୍କୁ ପ୍ରତ୍ୟାଖ୍ୟାନ କଲେ।”

ତୈଳଦର ବୃଦ୍ଧି ନେଇ ସେ କହିଛନ୍ତି,“ଦେଶରେ ସାମଗ୍ରିକ ଉନ୍ନତି ପାଇଁ ଅର୍ଥର ଆବଶ୍ୟକତା ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳର ଦର କମିବା ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ଭାରତୀୟ ଅର୍ଥ ବ୍ୟବସ୍ଥା ନେବା ଉଚିତ।”

ପାଟକୁରା ନିର୍ବାଚନ ନେଇ ଶ୍ରୀ ପ୍ରଧାନ କହିଛନ୍ତି,“ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ। ନିଜସ୍ୱ ଢଙ୍ଗରେ ବିଜେପି ରଣନୀତି ପ୍ରସ୍ତୁତ କରୁଛି।” ସେହିପରି କେନ୍ଦ୍ର ବଜେଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ନେଇ ସେ କହିଛନ୍ତି, “ରାଜନୀତିକ ପ୍ରତିଦ୍ୱନ୍ଦ୍ୱିତା ତା ବାଟରେ ହେବା ଉଚିତ୍। କେନ୍ଦ୍ର ବଜେଟକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସ୍ୱାଗତଯୋଗ୍ୟ।”

Related story