କେନ୍ଦ୍ରମନ୍ତ୍ରୀଙ୍କ ବୈଠକକୁ ଆସିଲେନି ଜିଲ୍ଲାପାଳ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ କୋରାପୁଟ ଆସିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍‌। ହେଲେ ବୈଠକକୁ ଆସିଲେନି ଜିଲ୍ଲାପାଳ। କେବଳ ଜିଲ୍ଲାପାଳ ନୁହେଁ, କୌଣସି ଜନ ପ୍ରତିନିଧି ବୈଠକକୁ ଆସିଲେ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ୍‌ ଆଜି ସକାଳେ ଦିନିକିଆ କୋରାପୁଟ ଗସ୍ତରେ […]

Dr Sanjeev Balyan

Manoranjan Sial
  • Published: Tuesday, 12 April 2022
  • , Updated: 12 April 2022, 08:48 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ କୋରାପୁଟ ଆସିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍‌। ହେଲେ ବୈଠକକୁ ଆସିଲେନି ଜିଲ୍ଲାପାଳ। କେବଳ ଜିଲ୍ଲାପାଳ ନୁହେଁ, କୌଣସି ଜନ ପ୍ରତିନିଧି ବୈଠକକୁ ଆସିଲେ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ଆକାଂକ୍ଷୀ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ୍‌ ଆଜି ସକାଳେ ଦିନିକିଆ କୋରାପୁଟ ଗସ୍ତରେ ଆସିଥିଲେ। ସେ କୋରାପୁଟରେ ପହଞ୍ଚିବା ପରେ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୈଠକକୁ ଜିଲ୍ଲାପାଳ ଆସିନଥିଲେ। ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ। ଏଭଳି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ। କୌଣସି ସହଯୋଗ ନ କରିବାରୁ କିଛି ଜାଣିହେଲା ନାହିଁ ବୋଲି ସେ କହିଛନ୍ତି। ବିକାଶକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାରୁ ପ୍ରକାଶ, କେନ୍ଦ୍ର ସରକାର ଦେଶର ୧୧୭ଟି ପଛୁଆ ଜିଲ୍ଲାକୁ ‘ଆକାଂକ୍ଷା’ ଜିଲ୍ଲା ଭାବେ ଚିହ୍ନଟ କରିଛନ୍ତି। ସେ ଗୁଡ଼ିକ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ସେଥିରେ ଓଡ଼ିଶାରେ ୧୦ ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଆସୁଛନ୍ତି।

Related story