ଇୟେ ହେଉଛି ପ୍ରତାପ ଷଡ଼ଙ୍ଗୀଙ୍କ ଅସଲି ଟ୍ୱିଟର ହ୍ୟାଣ୍ଡଲ୍‌

ଭୁବନେଶ୍ୱର:୨ କୋଟିପତିଙ୍କୁ ମାତ୍‌ ଦେଇ ବାଲେଶ୍ୱରରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା ଏବେ କାହିଁରେ କ’ଣ। ସେ କେବଳ ଓଡ଼ିଶାରେ ସୀମିତ ନରହି ଏବେ ସାରା ଦେଶରେ ପରିଚିତି ଓ ଖ୍ୟାତି ଲାଭ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ୍‌ ଚର୍ଚ୍ଚିତ ନନାଙ୍କ ଏକାଧିକ ସୋଶାଲ ମିଡିଆ ଆକାଉଣ୍ଟ ସମସ୍ତଙ୍କୁ ବେଶ୍‌ ଅଡ଼ୁଆରେ ପକାଇ ଆସୁଥିଲା। କିନ୍ତୁ ଆଜି ଏହାର […]

pc-sarangi

pc-sarangi

Subrat Kumar Nayak
  • Published: Tuesday, 25 June 2019
  • Updated: 25 June 2019, 10:17 PM IST

Sports

Latest News

ଭୁବନେଶ୍ୱର:୨ କୋଟିପତିଙ୍କୁ ମାତ୍‌ ଦେଇ ବାଲେଶ୍ୱରରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ଏବେ କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓରଫ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା ଏବେ କାହିଁରେ କ’ଣ। ସେ କେବଳ ଓଡ଼ିଶାରେ ସୀମିତ ନରହି ଏବେ ସାରା ଦେଶରେ ପରିଚିତି ଓ ଖ୍ୟାତି ଲାଭ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ୍‌ ଚର୍ଚ୍ଚିତ ନନାଙ୍କ ଏକାଧିକ ସୋଶାଲ ମିଡିଆ ଆକାଉଣ୍ଟ ସମସ୍ତଙ୍କୁ ବେଶ୍‌ ଅଡ଼ୁଆରେ ପକାଇ ଆସୁଥିଲା। କିନ୍ତୁ ଆଜି ଏହାର ସମାଧାନ ସ୍ୱରୂପ ତାଙ୍କର ଅସଲ ଟ୍ୱିଟର ହ୍ୟାଣ୍ଡଲର @pcsarangiକୁ ବ୍ଲୁ ଟିକ୍‌ ମିଳିଥିବା ସୂଚନା ମିଳିଛି।

ବାଲେଶ୍ୱରରୁ ବିଜେପି ଟିକେଟ୍‌ରେ ସାଂସଦ ଭାବରେ ନିର୍ବାଚିତ ହେବାପରେ ତାଙ୍କ ସରଳ ଜୀବନକୁ ନେଇ ସୋଶାଲ ମିଡିଆ ମୁଖର ହୋଇଥିଲା। ଆଉ ଏହି ସୁଯୋଗରେ ହଠାତ ତାଙ୍କ ନାମରେ ବେଶ୍‌ କିଛି ଆଇଡି ଟ୍ୱିଟରରେ ସକ୍ରିୟ ଥିଲା। ପୂର୍ବରୁ ସୋଶାଲ ମିଡିଆରେ ସେ ଏତେଟା ସକ୍ରିୟ ନଥିବାରୁ ଏତେ ଆଇଡି ଭିତରେ କେଉଁଟା ଅସଲ, ଜାଣିବା ମୁସ୍କିଲ ଥିଲା।

ଅନ୍ୟ ଆଇଡି ମଧ୍ୟରେ @officialsarangi ନାମରେ ଏକ ଆଇଡି ୬୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ ପାଇଯାଇଥିଲା। ତେଣୁ ଲୋକେ ଏହି ଆଇଡିକୁ ମଧ୍ୟ ଅରିଜିନାଲ ବୋଲି ଭାବିନେଇଥିଲେ। ଏପରିକି ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ୟ ବେଶ୍ କିଛି ଦିନ ଯାଏ ଟ୍ୱିଟର ପକ୍ଷରୁ ନୀଳ ରଙ୍ଗର ଟିକ୍‌ ବା ବ୍ଲୁ ଟିକ୍‌ ଦିଆ ଯାଇନଥିବାରୁ ବେଶ୍‌ କିଛି ଟ୍ୱିଟର ବ୍ୟବହାରକାରୀ ଅଭିଯୋଗ କରିଆସୁଥିଲେ। ତେବେ ଗତକାଲି ସେ ପ୍ରଥମେ ନିଜେ ଟ୍ୱିଟରରେ ଏ ବାବଦରେ ମୁହଁ ଖୋଲିଥିଲେ। ସେ କହିଥିଲେ, "@pcsarangi ହିଁ ମୋ ନିଜ ଆକାଉଣ୍ଟ। ମୋତେ ଏଥିରେ ହିଁ ଫଲୋ କରନ୍ତୁ। ମୋ ଅଜାଣତରେ ଖୋଲାଯାଇଥିବା ଅନ୍ୟ ସମସ୍ତ ଆକାଉଣ୍ଟକୁ ଅନ୍‌ଫଲୋ କରନ୍ତୁ।"
https://twitter.com/pcsarangi/status/1143194726465622026?s=20
https://twitter.com/pcsarangi/status/1143204872814129152?s=20
https://twitter.com/pcsarangi/status/1143402521714499584?s=20

ଏହା ପରେ ବ୍ୟାପକ ମାତ୍ରାରେ ଅନୁରୋଧ ଆସିଥିଲା ଶ୍ରୀ ଷଡ଼ଙ୍ଗୀ ଟ୍ୱିଟରରେ ବ୍ଲୁ ଟିକ୍‌ ପାଇଁ ଆବେଦନ କରନ୍ତୁ ଅଥବା କାହାର ସହାୟତାରେ ଏପରି କରନ୍ତୁ। ଶେଷରେ ସମ୍ଭବତଃ କାହାର ସହାୟତାରେ ଆଜିଠାରୁ ବ୍ଲୁ ଟିକ୍‌ ଲାଗିଯାଇଥିବା ଜଣାପଡ଼ିଛି। ସେ ଏହି ଆଇଡିରୁ ଅଫିସିଆଲ ଫେସବୁକ୍‌ ପେଜ୍‌ ବାବଦରେ ମଧ୍ୟ ତଥ୍ୟ ଦେଇଛନ୍ତି। ନକଲି ଆଇଡିଟି ବର୍ତ୍ତମାନ ବନ୍ଦ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ ପ୍ରତାପ। ଏହି ଅବସରରେ ସେ ମୋଦି ସରକାରର ସଫଳତା ବାଖ୍ୟା କରିବା ସହ ସେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଉପରେ ମର୍ମଭେଦି ଆକ୍ରମଣ ବି କରିଥିଲେ। ଉଚ୍ଚାଙ୍ଗ ଶବ୍ଦାବଳୀ, ବୌଦ୍ଧିକ ଜ୍ଞାନ ସମ୍ଭାର ଓ ତଥ୍ୟଭିତ୍ତିକ ଉପସ୍ଥାପନା ଜରିଆରେ ପୁରା ଲୋକସଭାକୁ ସ୍ତବ୍ଧ କରିଦେଇଥିଲେ ପ୍ରତାପ। ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ  ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢତାର ପ୍ରମାଣ ବି ଦେଇଥିଲେ । ହିନ୍ଦୀ, ଇଂରାଜୀ, ବଙ୍ଗଳା, ଓଡ଼ିଆ ଓ ସଂସ୍କୃତରେ ଗୃହକୁ ସମ୍ବୋଧିତ କରିବା ସହ ଗୀତା, ଭାଗବତ, ବେଦ ଓ ଉପନିଷଦର ଉପାଖ୍ୟାନ ଜରିଆରେ ଭାରତୀୟ ସଂସ୍କୃତିର ମହନୀୟତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଖାସ୍ କରି ଯୁବବର୍ଗଙ୍କ ମନରେ ନୂଆ ଆଶାର ସଂଚାର କରିଥିବା କହିଥିଲେ ପ୍ରତାପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story