ଫାଇଭ୍ ଟିକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଫାଇଭ୍ ଟିକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଯେଉଁ ରାଜ୍ୟର ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସେପରି ସ୍ଥିତିରେ ଏହି ଫାଇଭ୍ ଟିର ଅର୍ଥ କଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି-“ସଚିବମାନେ ଜିଲ୍ଲା ଗସ୍ତ କରିବା କଥା। କିନ୍ତୁ ସେମାନେ ଯାଉନଥିଲେ। ଏବେ ଯାଉଛନ୍ତି, ଭଲ କଥା। ହେଲେ ରାଜ୍ୟ ସରକାରଙ୍କ ଫାଇଭ୍ ଟି ଗୋଟିଏ ଧୂଆଁ ବାଣ। […]

Union-Minister-Pratap-Sarangi-odisha-governments-criticized-5t-and-mo-sarkar

Manoranjan Sial
  • Published: Thursday, 17 October 2019
  • Updated: 17 October 2019, 04:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଫାଇଭ୍ ଟିକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଯେଉଁ ରାଜ୍ୟର ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସେପରି ସ୍ଥିତିରେ ଏହି ଫାଇଭ୍ ଟିର ଅର୍ଥ କଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି-“ସଚିବମାନେ ଜିଲ୍ଲା ଗସ୍ତ କରିବା କଥା। କିନ୍ତୁ ସେମାନେ ଯାଉନଥିଲେ। ଏବେ ଯାଉଛନ୍ତି, ଭଲ କଥା। ହେଲେ ରାଜ୍ୟ ସରକାରଙ୍କ ଫାଇଭ୍ ଟି ଗୋଟିଏ ଧୂଆଁ ବାଣ। ଯେଉଁ ସରକାରରେ ଟ୍ରାପ୍ସପେରେନ୍ସି କି ଟିମ୍‌ ୱାର୍କ ନାହିଁ। ଦୁଇଟି ବିଭାଗ ଭିତରେ ସମନ୍ୱୟ ନାହିଁ। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଏଇଟା ସଚିବ ଆଧାରିତ ସରକାର। କେବଳ ଲୋକଙ୍କୁ ଝଟକା ଦେବା ପାଇଁ ଏମିତି କରାଯାଉଛି।”

ରାଜ୍ୟ ସରକାରଙ୍କ ଫାଇଭ୍ ଟି ସବୁ ବିଭାଗରେ ଲାଗୁ ହୋଇପାରିବ କି ପ୍ରଶ୍ନରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି-“ ଫାଇଭ୍ ଟି ସବୁ ବିଭାଗରେ ଲାଗୁ ହେବା କଥା। କିନ୍ତୁ ଏହା ସବୁ ବିଭାଗରେ ଲାଗୁ ହୋଇପାରିବ ନାହିଁ। କାରଣ ତାଙ୍କର ଉଦ୍ଦେଶ୍ୟ ଠିକ୍‌ ନୁହେଁ।”

ସେ ଆହୁରି କହିଛନ୍ତି-“ବାଲେଶ୍ୱର ଜିଲ୍ଲା ବସ୍ତା ମେଡିକାଲ୍‌ରେ ରୋଗୀଙ୍କୁ ଔଷଧ ଦିଆଯାଉନି। ମେଡିକାଲ୍‌ ବେଡ୍‌ରେ ବେଡ୍‌ସିଟ୍‌ ଚେଞ୍ଚ କରାଯାଉନଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଶୁଣିବାକୁ ମିଳିଲା, ମାସେ ତଳେ କୁଆଡ଼େ ବେଡ୍‌ସିଟ୍‌ ସଫା କରୁଥିବା କର୍ମଚାରୀ ଅବସର ନେଇ ଯାଇଛନ୍ତି। ସେଥିପାଇଁ ବେଡ୍‌ସିଟ୍‌ ଦିଅଯାଇପାରିନି। ଏଠି ରୋଗୀଙ୍କ ସହିତ ଛଳନା କରାଯାଉଛି। ଏପରିସ୍ଥିତି ଫାଇଭ୍ ଟିର ଅର୍ଥ କଣ ରହିଛି?”

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍। ସେ କହିଛନ୍ତି-“ସରକାର ଯାହା କରନ୍ତି, ତାହା ସଚିବଙ୍କ ମାଧ୍ୟମରେ କରାନ୍ତି। ରାଜ୍ୟରେ ଆହୁରି ଭଲ କାମ କରାଇବା ପାଇଁ ସଚିବମାନେ ଜିଲ୍ଲା ଗସ୍ତ କରୁଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ଭିତ୍ତିଭୂମିର ବିକାଶ କରାଯାଉଛି ଏବଂ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି। ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ଓଡ଼ିଶାର ଲୋକ। ମନ୍ତ୍ରୀ ହିସାବରେ ଯଦି ସେ ଓଡ଼ିଶାର ଲୋକଙ୍କ କଥା ଭାବୁଛନ୍ତି, ତାହାହେଲେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରନ୍ତୁ। ମାତ୍ର ତାହା ନକରି ଓଡ଼ିଶା ସରକାରଙ୍କୁ କାହିଁକି ସମାଲୋଚନା କରୁଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story