କେନ୍ଦ୍ରମନ୍ତ୍ରୀଙ୍କ ଚ୍ୟାଲେଞ୍ଜ; ଅଣ୍ଡା ମାରନି, ନ ହେଲେ…

ଭୁବନେଶ୍ୱର: ମୋ ଗାଡ଼ିକୁ ଅଣ୍ଡାମାଡ଼ ହେଲେ ମୁଁ ଡରିବିନି। ଯିଏ ଅଣ୍ଡା ମାରିବ, ଆମେ ଆମ୍‌ଲେଟ୍ ବନେଇଦେବୁ। ଅଣ୍ଡା ସହ ପିଆଜ, ଟମାଟୋ ମଧ୍ୟ ପକାଇଲେ ଚଳିବ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବାବୁଲ୍ ସୁପ୍ରିୟୋ।

କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗରେ ବାବୁଲ ଏଭଳି ପ୍ରତିକ୍ରିୟା ଦେଇ କଟାକ୍ଷ କରି କହିଛନ୍ତି। ବାବୁଲ୍ ସୁପ୍ରିୟୋ ‘ସବକା ସାଥ୍ ସବ୍‌କା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି।

କଳା ପତାକା ଦେଖାଇବା ଅଭିଯୋଗରେ ପୋଲିସ ଆଜି ୮ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କଳାପତାକା ଓ ଅଣ୍ଡା ମଧ୍ୟ ଜବତ କରିଛି।