ଓବିସି,ଏସଇବିସିଙ୍କ ପାଇଁ ସଂରକ୍ଷଣ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଓବିସି ଓ ଏସଇବିସି ବର୍ଗଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ଆବଶ୍ୟକ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଲେଖିଛନ୍ତି, ଓଡିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ଭାଗ। ଏମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର‌୍ୟ ଓ […]

naveen-and-dharmendra

naveen-and-dharmendra

Manoranjan Sial
  • Published: Thursday, 25 July 2019
  • Updated: 25 July 2019, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଓବିସି ଓ ଏସଇବିସି ବର୍ଗଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ଆବଶ୍ୟକ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଲେଖିଛନ୍ତି, ଓଡିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ଭାଗ। ଏମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର‌୍ୟ ଓ ନିରକ୍ଷରତା ମଧ୍ୟରେ କାଳାତିପାତ କରୁଥିବା ଯୋଗୁ ସେମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ ହୋଇପଡ଼ିଛି। ସମ୍ବିଧାନର ଧାରା ୧୫(୪) ଓ ୧୬ (୪) ର ଉଲ୍ଲେଖ କରି ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ,ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବିଶାଳ ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ମାତ୍ର ଓଡ଼ିଶା ସରକାର ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବାବେଳେ ଏସଇବିସିମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇ ନାହାନ୍ତି। ଉଭୟ ଓବିସି ଓ ଏସଇବିସି ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯୋଗ ଦେବାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ।

ଏପରି ପରିସ୍ଥିତିରେ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଚିଠିରେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story