‘ବିଶ୍ୱରେ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଆଗରେ ରହିବ ଭାରତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱରେ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ନୂଆଦିଲ୍ଲୀଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“ଉର୍ଜା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ମଧ୍ୟରେ ଭାରତ ଗତିଶୀଳ ହେଉଛି। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିବା ସହ ଅନେକ ପଦକ୍ଷେପ […]

dharmendra

dharmendra

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 09:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱରେ ସ୍ଥାୟୀ ଉର୍ଜା ଏଜେଣ୍ଡାର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ନୂଆଦିଲ୍ଲୀଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ଉର୍ଜା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ମଧ୍ୟରେ ଭାରତ ଗତିଶୀଳ ହେଉଛି। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୩୫ ସୁଦ୍ଧା ଉର୍ଜାର ବ୍ୟବହାର ୪.୨ ପ୍ରତିଶତ ବାର୍ଷିକ ବୃଦ୍ଧି ପାଇବାର ଆକଳନ କରାଯାଇଛି। ବିଶ୍ୱର ମୋଟ୍‌ ପ୍ରାଥମିକ ଉର୍ଜାର ଚାହିଦାରେ ଭାରତର ଭାଗ ୨୦୪୦ ସୁଦ୍ଧା ଦ୍ୱି’ ଗୁଣିତ ତଥା ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇବାର ଲକ୍ଷ୍ୟ ରଖାଯାଇଛି। ଦେଶରେ ଅଧିକ ଉର୍ଜାର ଉପଲବ୍ଧି ପାଇଁ ଉଦ୍ୟମ ଜାରି ରହିଛି। ଭାରତ ସରକାର ଉର୍ଜା ଦକ୍ଷତା, ଉତ୍ପାଦକ, ଚାହିଦା, ରିଫାଇନାରୀ ପ୍ରକ୍ରିୟାରେ ସୁଧାର, ଜୈବ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି।”

ସେ କହିଛନ୍ତି-“ଆମେରିକା ଓ ଚାଇନା ପରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ। ୨୦୧୭ରେ ଭାରତର ଉର୍ଜା ଚାହିଦା ବୃଦ୍ଧି ପାଇଁ ୮୮୨ ମିଲିୟନ ଟନ୍‌ ତୈଳ ସହ ସମତୁଲ୍ୟ ହୋଇଛି। ଏହା ସତ୍ତ୍ୱେ ଦେଶରେ ମୁଣ୍ଡ ପିଛା ଉର୍ଜାର ବ୍ୟବହାର ବିଶ୍ୱର ହାରାହାରିର ୩୦ ପ୍ରତିଶତ ରହିଛି। ଦେଶର ଉର୍ଜା ଆବଶ୍ୟକତାକୁ ପୂରା କରିବା ପାଇଁ ତଥା ଦେଶର ବିକାଶରେ ଅଶୋଧିତ ତୈଳର ମହତ୍ୱପୂର୍ଣ୍ଣ ଭୂମିକା ରହିବ। ୨୦୨୨ ସୁଦ୍ଧା ଅଶୋଧିତ ତୈଳର ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ନୂଆ ଋଣନୀତି ଓ ପଦକ୍ଷେପ ଗ୍ରହଣ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos