ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ହ୍ରାସ କରାଯାଇ ୨୨ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଅତିରିକ୍ତ ଦେୟ ଓ ସେସ୍କୁ ମିଶାଇ ଏହି ଟିକସ ଏବେ ୨୫.୧୭ ହେବ।  ଅକ୍ଟୋବର ୧ ତାରିଖରୁ ନୂଆ ବ୍ୟବସାୟୀଙ୍କୁ ମାତ୍ର ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ।  ବ୍ୟାଙ୍କରୁ ସହଜରେ ଋଣ ମିଳିବାର ସୁବିଧା […]

4324

Tapas Behera
  • Published: Sunday, 22 September 2019
  • , Updated: 22 September 2019, 06:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ହ୍ରାସ କରାଯାଇ ୨୨ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଅତିରିକ୍ତ ଦେୟ ଓ ସେସ୍କୁ ମିଶାଇ ଏହି ଟିକସ ଏବେ ୨୫.୧୭ ହେବ।  ଅକ୍ଟୋବର ୧ ତାରିଖରୁ ନୂଆ ବ୍ୟବସାୟୀଙ୍କୁ ମାତ୍ର ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ।  ବ୍ୟାଙ୍କରୁ ସହଜରେ ଋଣ ମିଳିବାର ସୁବିଧା କରାଯାଇଛି। ତେଣୁ ସଂଘର୍ଷ କରୁଥିବା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପୋଦ୍ୟୋଗୀ ଲାଭବାନ ହେବେ। ପଣ୍ୟାଗାରରେ ଡାଲି, ଚାଉଳ, ଚା, କଫି, ପନିପରିବାର ସଂରକ୍ଷଣରେ ପର୍ଯ୍ୟାୟ କ୍ରମେ ଜିଏସ୍‌ଟି ହ୍ରାସ କରାଯିବ।  ହୋଟେଲ୍ ଶିଳ୍ପରୁ ଜିଏସ୍‌ଟି ହ୍ରାସ  କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ବଢ଼ିବ ବୋଲି କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାର ନେଇଥିବା ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ଏବେ ଏସିଆ ମହାଦେଶରେ କମ୍ପାନୀ ମାନଙ୍କ ଉପରେ ସବୁଠୁ କମ ଟିକସ ଲାଗୁ କରୁଥିବା ଦେଶ ଭାବରେ ଭାରତ ଆଗକୁ ଆସିଛି।ଏବେ ଭାରତର କର୍ପୋରେଟ ଟ୍ୟାକ୍ସ ସିଙ୍ଗାପୁର ସହ ସମାନ ହୋଇଛି। ଏହା ମୋଦି ସରକାରଙ୍କର ଏକ ଐତିହାସିକ ନିର୍ଣ୍ଣୟ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୩୦ ପ୍ରତିଶତରେ ଥିବା କର୍ପୋରେଟ ଟ୍ୟାକ୍ସକୁ ୨୨ ପ୍ରତିଶତକୁ କମ୍‌ କରାଯାଇଛି। ଅତିରିକ୍ତ ଦେୟ ଓ ସେସକୁ ମିଶାଇଲେ ଏହି ଟିକସ ୨୫.୧୭ ପ୍ରତିଶତରେ ସୀମିତ ରହିବ। ଯାହାକି ପୂର୍ବରୁ ୩୪.୯ ପ୍ରତିଶତ ଥିଲା।ଏହି ଟିକସ ରିହାତି ଯୋଗୁ ପୁଂଜି ନିବେଶକାରୀମାନେ ଭାରତର ଷ୍ଟକ ଏକ୍ସଚେଂଜରେ ସେୟାର କ୍ରୟ କରିବାକୁ ପ୍ରୋତ୍ସାହିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧ ହଜାରେ ଟଙ୍କାରୁ କମ ଭଡା ବିଶିଷ୍ଟ ହୋଟେଲ ରୁମ୍‌କୁ ଜିଏସଟି କର ମୁକ୍ତ କରାଯାଇଥିବା ବେଳେ ହଜାରେ ଟଙ୍କାରୁ ଊର୍ଦ୍ଧ୍ୱ ଓ ୭ ହଜାର ୫ ଶହ ଟଙ୍କା ମଧ୍ୟରେ ଲାଗୁଥିବା ଜିଏସଟିକୁ ୧୮ ପ୍ରତିଶତରୁ କମ କରା ଯାଇ ୧୨ ପ୍ରତିଶତ କରାଯାଇଛି। ସେହିପରି ୭ ହଜାର ୫ ଶହ ଟଙ୍କାରୁ ଉର୍ଦ୍ଧ୍ୱ ହୋଟେଲ ରୁମ ଭଡାରେ ଜିଏସଟିକୁ ୨୮ ପ୍ରତିଶତରୁ କମ କରି ୧୮ ପ୍ରତିଶତ କରାଯାଇଛିା

Related story