ବାଜି ଜିତିଲା ଶଙ୍ଖା ସିନ୍ଦୂର, ଆଉ ଜଣେ ସାବିତ୍ରୀ ନିହାରିକା...

ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦିହିଁଙ୍କର ହାତ ଧରିଥିଲେ। ସାତଜନମର ସାଥୀ ହୋଇ ବାଟ ଚାଲିବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଜୀବନର ଯେତେ ଝଡ଼-ଝଞ୍ଜା ଆସିଲେ ବି କେହି କାହାର ହାତ ଛାଡ଼ିବେନି ବୋଲି ପଣ କରିଥିଲେ। ଆଉ ସ୍ୱାମୀ ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ସ୍ତ୍ରୀ ହୋଇ କେମିତି ଭୁଲିଯିବେ ସ୍ୱାମୀକୁ ଦେଇଥିବା ପ୍ରତିଶ୍ରୁତି ?  ତେଣୁ କଥା ଦେଇ କଥା ରଖିଲେ। ଆଉ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନିଜ ଶଙ୍ଖାସିନ୍ଦୂର […]

b-904

b-904

Tapas Behera
  • Published: Thursday, 06 February 2020
  • Updated: 06 February 2020, 10:38 PM IST

Sports

Latest News

ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦିହିଁଙ୍କର ହାତ ଧରିଥିଲେ। ସାତଜନମର ସାଥୀ ହୋଇ ବାଟ ଚାଲିବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଜୀବନର ଯେତେ ଝଡ଼-ଝଞ୍ଜା ଆସିଲେ ବି କେହି କାହାର ହାତ ଛାଡ଼ିବେନି ବୋଲି ପଣ କରିଥିଲେ। ଆଉ ସ୍ୱାମୀ ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ସ୍ତ୍ରୀ ହୋଇ କେମିତି ଭୁଲିଯିବେ ସ୍ୱାମୀକୁ ଦେଇଥିବା ପ୍ରତିଶ୍ରୁତି ?  ତେଣୁ କଥା ଦେଇ କଥା ରଖିଲେ। ଆଉ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନିଜ ଶଙ୍ଖାସିନ୍ଦୂର ବାଜି ଲଗାଇଦେଲେ। ଗୋଟିଏ ବେଡ୍‌ରେ ସ୍ୱାମୀ କିଡନୀ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଉ ଗୋଟିଏ ବେଡ୍‌ରେ ସ୍ତ୍ରୀ ତାଙ୍କୁ ବଞ୍ଚାଇବା ପାଇଁ କରୁଥିଲେ ପ୍ରୟାସ। ଶେଷରେ ସାବିତ୍ରୀ ଯେମିତି କଠୋର ତପସ୍ୟା ବଳରେ ନିଜ ସ୍ୱାମୀଙ୍କୁ ଯମ ପାଖରୁ ଫେରାଇ ଆଣିଥିଲେ ଠିକ୍‌ ସେମିତି ନିହାରିକାଙ୍କର ମଧ୍ୟ କଠୋର ସାଧନା ସଫଳ ହୁଏ। ଆଉ ତାଙ୍କ ସ୍ୱାମୀ ପାଆନ୍ତି ନୂଆ ଜୀବନ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ବାଙ୍କିପାଳ ଗାଁର ଲକ୍ଷ୍ମଣ ମିଶ୍ର। କିନ୍ତୁ ପିଲାଦିନରୁ ସ୍ଥାୟୀ ବାସିନ୍ଦା ଭାବେ ସେ ବଲାଙ୍ଗିରରେ ରହି ଆସୁଛନ୍ତି। ଏକା ଏକା ବାଟ ଚାଲୁଥିବା ଲକ୍ଷ୍ମଣ ସମୟ ସୁଅରେ ନିହାରିକାଙ୍କ ହାତ ଧରନ୍ତି। ଉଭୟଙ୍କ ବିବାହ ପରେ ସେମାନଙ୍କ ସୁଖର ସଂସାର ଆଗକୁ ବଢ଼େ। ଦୁଃଖ-ସୁଖରେ କଟିଯାଏ ଦିନ।

ହେଲେ ହଠାତ୍‌ ନିହାରିକାଙ୍କ ପ୍ରତି ନିଷ୍ଠୁର ହୋଇ ଯାଏ ନିୟତି। ନିହାରିକାଙ୍କ ଉପରେ ଦଇବ ଲଦିଦିଏ ଦୁଃଖର ପାହାଡ଼। କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇପଡ଼ନ୍ତି  ନିହାରିକାଙ୍କ ସ୍ୱାମୀ ଲକ୍ଷ୍ମଣ । ସେତେବେଳକୁ ତାଙ୍କ ବୟସ ମାତ୍ର ୩୦ ଓ ପତ୍ନୀ ନିହାରିକାଙ୍କ ବୟସ ୨୯।  ଏକ ଘରୋଇ ହସ୍ପିଟାଲରେ ଚେକଅପ୍ କରିବାରୁ ଜଣାପଡ଼ିଲା ଯେ ଲକ୍ଷ୍ମଣଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ଘର ଲୋକ, ବନ୍ଧୁବାନ୍ଧବଙ୍କ ସହ ନିହାରିକା ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ।

ଦୁନିଆ ବିଷୟରେ ଭଲଭାବେ ଜାଣିନଥିବା ତାଙ୍କ ଆଠ ବର୍ଷର ଝିଅ ବର୍ଷା ଓ ୩ ବର୍ଷର ପୁଅ ବାଦଲର ଭବିଷ୍ୟତ କଥା ଭାବି ଭାବି ଲକ୍ଷ୍ମଣ ଓ ନିହାରିକା ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ।

ସେପଟେ ଲକ୍ଷ୍ମଣଙ୍କୁ ବଞ୍ଚାଇବା ଖୁବ୍ ଜଟିଳ କିନ୍ତୁ ଅସମ୍ଭବ ନୁହେଁ। ଯଦି କୌଣସି ବି ପଜେଟିଭ୍ ବ୍ଲଡ୍ ଗ୍ରୁପ ବ୍ୟକ୍ତି କିଡନୀ ଦାନ କରନ୍ତି, ତେବେ ଲକ୍ଷ୍ମଣଙ୍କର ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଡାକ୍ତର କହିଥିଲେ। ଏକଥା ଜାଣିବା ପରେ ତତକ୍ଷଣାତ୍ ନିଜ କିଡନୀ ସ୍ୱାମୀଙ୍କୁ ଦେବାପାଇଁ ପ୍ରସ୍ତୁତ ହୋଇଥିଲେ ନିହାରିକା।

ଦୁହିଁଙ୍କ ଜୀବନ ବିପଦରେ ପଡ଼ିପାରେ, ଛୋଟ ଛୁଆ ଦୁଇଜଣଙ୍କ ଭବିଷ୍ୟତ କ'ଣ ହେବ? ଏମିତି ଅନେକ କଥା ଅନ୍ୟମାନେ ବୁଝାଇଥିଲେ। କିନ୍ତୁ ନିଜ ଭଲପାଇବା ଆଗରେ ଯେମିତି ଫିକା ପଡ଼ିଯାଇଥିଲା ସବୁକିଛି। ସ୍ୱାମୀଙ୍କୁ ବଞ୍ଚାଇବାକୁ ସେ ନିଜ ଜୀବନକୁ ବାଜି ଲାଗାଇଦେଇଥିଲେ। ଅନ୍ୟପଟେ ଚିକିତ୍ସା ପାଇଁ ସବୁଠୁ ବଡ଼ ବାଧକ ଥିଲା ଅର୍ଥ। କିଛିଦିନ ମଧ୍ୟରେ  ଧାର ଉଧାର ଏବଂ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ପରେ ଲକ୍ଷ୍ମଣଙ୍କୁ ନିଆଯାଇଥିଲା ଅପରେସନ ଥିଏଟରକୁ।

ଆଉ ତାଙ୍କ ଚେତା ହଜାଇବା ପାଇଁ ଦିଆଯାଇଥିଲା ଆନାସ୍ଥେସିଆ ଇଞ୍ଜେକ୍ସନ। କିଛି ସମୟ ମଧ୍ୟରେ ଆରମ୍ଭ ହୋଇଥିଲା ଅପରେସନ। ସେପଟେ  ନିଜ ସମ୍ପର୍କୀୟ ଓଟି ବାହାରେ ବ୍ୟସ୍ତତାର ସହ ଅପେକ୍ଷା କରିଥାଆନ୍ତି। ଭଗବାନଙ୍କୁ କେବଳ ପ୍ରାର୍ଥନା କରିବା ବ୍ୟତୀତ ଆଉ କୌଣସି ଭରସା ନ ଥିଲା। କିଛି ସମୟ ମଧ୍ୟରେ ଶେଷ ହେଲା ଅପରେସନ। ଆଉ ଯେତେବେଳେ ଲକ୍ଷ୍ମଣଙ୍କର ଚେତା ଫେରିଲା, ସେ ନିଜେ ତାଙ୍କ ଅବସ୍ଥା ଦେଖି ହତବାକ ହୋଇଗଲେ।

ପେଟ ବ୍ୟାଣ୍ଡେଜ୍ ହେବା ସହ ସେ ଥିଲେ ଆଇସିୟୁରେ। ଏଭଳି ସ୍ଥିତି ଦେଖି ଡାକ୍ତର କହିଲେ, ତୁମର କିଡନୀ ଅପରେସନ ସଫଳ ହୋଇଛି। ଡାକ୍ତର କହିଲେ କେହି ଜଣେ ତାଙ୍କୁ କିଡନୀ ଦାନ କରିଛନ୍ତି। ତେବେ ତାଙ୍କୁ କିଡନୀ ଦେଇଥିବା ସେହି ମହାନ୍ ମଣିଷ ଜଣକ କିଏ ବୋଲି ଜାଣିବାକୁ ଚେଷ୍ଟା କରିଥିଲେ ଲକ୍ଷ୍ମଣ।

କିନ୍ତୁ ସେପଟେ କିଡନୀ ଦାନ କରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ସ୍ୱତନ୍ତ୍ର ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଥିଲା। କିଡନୀ ଦାନ କରିଥିବା ବ୍ୟକ୍ତି ଆଉ କେହି ନୁହନ୍ତି ନିଜ ଧର୍ମପତ୍ନୀ ବୋଲି ଜାଣିବାକୁ ପାଇଥିଲେ ଲକ୍ଷ୍ମଣ। ଆଉ ଏକଥା ଜାଣିବା ପରେ ସ୍ୱାମୀଙ୍କ ଆଖିରୁ ଖସିପଡ଼ିଥିଲା ଦୁଇ ଟୋପାର ଲୁହ। ଧୀରେ ଧୀରେ ନିହାରିକା ମଧ୍ୟ ସୁସ୍ଥ ହୋଇଯାଇଥିଲେ।  ଏବେ ଦୁହେଁ ଖୁବ୍ ଖୁସିରେ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ , କିନ୍ତୁ ଉଭୟଙ୍କ ଜୀବନରେ ଘଟିଥିବା ଏହି ସତ୍ୟ ଘଟଣା ହିଁ ପ୍ରମାଣ କରିଦେଲା ପ୍ରେମ ହିଁ ଶକ୍ତି, ଶାଶ୍ୱତ ଓ ଚିରନ୍ତନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story