ବିଶ୍ୱବିଦ୍ୟାଳୟରେ ପିପିପି ମୋଡରେ ସେଲଫ୍ ଫାଇନାନ୍ସିଂ କୋର୍ସ ମନା, ଏଣିକି ସର୍ବାଧିକ ୨୦% ସିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମନମୁଖୀ ସେଲଫ ଫାଇନାନ୍ସିଂ କୋର୍ସଗୁଡ଼ିକ ଖୋଲି ଛାତ୍ରଛାତ୍ରୀଙ୍କ ଆଡମିଶନ କରାଉଥିବାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାସହିତ ୨୦୨୨-୨୩ ଶିକ୍ଷା ବର୍ଷରୁ କୌଣସି ବିଶ୍ୱବିଦ୍ୟାଳୟରେ ସେଲଫ୍ ଫାଇନାନ୍ସିଂ କୋର୍ସ(ଡାଇରେକ୍ଟ ଓ ପିପିପି)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଶ୍ୱବିଦ୍ୟାଳୟର ନିୟମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ସର୍ବାଧିକ ୨୦% ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ପିପିପି ମୋଡରେ ନୂଆ ସେଲଫ ଫାଇନାନ୍ସ କୋର୍ସ […]

Exam

Exam

Ordigital Desk
  • Published: Wednesday, 13 April 2022
  • Updated: 13 April 2022, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମନମୁଖୀ ସେଲଫ ଫାଇନାନ୍ସିଂ କୋର୍ସଗୁଡ଼ିକ ଖୋଲି ଛାତ୍ରଛାତ୍ରୀଙ୍କ ଆଡମିଶନ କରାଉଥିବାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାସହିତ ୨୦୨୨-୨୩ ଶିକ୍ଷା ବର୍ଷରୁ କୌଣସି ବିଶ୍ୱବିଦ୍ୟାଳୟରେ ସେଲଫ୍ ଫାଇନାନ୍ସିଂ କୋର୍ସ(ଡାଇରେକ୍ଟ ଓ ପିପିପି)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଶ୍ୱବିଦ୍ୟାଳୟର ନିୟମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ସର୍ବାଧିକ ୨୦% ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକ ପିପିପି ମୋଡରେ ନୂଆ ସେଲଫ ଫାଇନାନ୍ସ କୋର୍ସ ଖୋଲିପାରିବେ ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖି ସେଲ୍‌ଫ ଫାଇନାନ୍ସିଂ କୋର୍ସକୁ ନେଇ ରାଜ୍ୟପାଳ (କୁଳାଧିପତି)ଙ୍କ ଉଦବେଗ ସମ୍ପର୍କରେ ଅବଗତ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ରାଜଭବନ ପକ୍ଷରୁ ଜାରି କରାଯାଇଛି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଉଚ୍ଚ ଗୁଣାତ୍ମକ ମାନର ‘ନିୟମିତ ପାଠ୍ୟକ୍ରମ’ ଉପରେ ସମ୍ପୂର୍ଣ୍ଣ ଧ୍ୟାନକେନ୍ଦ୍ରିତ କରିବା ଉଚିତ୍ । ଯାହାଫଳରେ ସମାଜର ଆର୍ଥିକ ଦୁର୍ବଳ ବର୍ଗର ପିଲାମାନେ ତା’ର ସୁବିଧା ପାଇପାରିବେ । ବିଶ୍ୱବିଦ୍ୟାଳୟଗୁଡ଼ିକ ଚାହିଁଲେ ଓ ଆବଶ୍ୟକତା ଅନୁଭବ କଲେ ସ୍ୱଳ୍ପ ପରିମାଣର ସେଲଫ ଫାଇନାନ୍ସିଂ କୋର୍ସ ଖୋଲିପାରିବେ ବୋଲି ରାଜ୍ୟପାଳ କହିଛନ୍ତି ।

ଏହାସହିତ ରାଜ୍ୟପାଳ ପ୍ରଫେସର ଲାଲ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲଫ ଫାଇନାନ୍ସିଂ କୋର୍ସକୁ ବ୍ୟବସ୍ଥିତ କରିବା ନିମନ୍ତେ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେଲଫ ଫାଇନାନ୍ସିଂ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଶ୍ୱବିଦ୍ୟାଳୟର ମୋଟ ନିୟମିତ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପରିମାଣ ତୁଳନାରେ ୨୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଯଦି କୌଣସି ବିଶ୍ୱବିଦ୍ୟାଳୟରେ ସେଲଫ ଫାଇନାନ୍ସିଂ କୋର୍ସରେ ୨୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଥିବେ ତା’ହେଲେ ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ସିଟ୍ ପରିମାଣକୁ ହ୍ରାସ କରିବାକୁ ପଡ଼ିବ।

ଆବଶ୍ୟକ ପଡ଼ିଲେ ଭଲ ପ୍ରଦର୍ଶନ କରୁନଥିବା ସେଲଫ ଫାଇନାନ୍ସିଂ କୋର୍ସକୁ ବନ୍ଦ କରିବାକୁ ମଧ୍ୟ କୁହାଯାଇଛି। ପ୍ରତ୍ୟେକ ସେଲଫ ଫାଇନାନ୍ସ କୋର୍ସକୁ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ଅବା ପରିଚାଳନା ବୋର୍ଡ ନିଶ୍ଚିତ ଭାବେ ସମୀକ୍ଷା କରିବା ଉଚିତ୍। ଏସବୁ କୋର୍ସ ଜାରି ରହିବ କି ନାହିଁ ସେନେଇ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ । ଯେଉଁ ସେଲଫ ଫାଇନାନ୍ସ କୋର୍ସକୁ ବନ୍ଦ କରାଯାଇଥିବ ସେଥିରେ ପୁଣିଥରେ ଆଡମିଶନ କରାଯାଇ ପାରିବ ନାହିଁ । ସମସ୍ତ ନୂଆ ସେଲଫ ଫାଇନାନ୍ସ କୋର୍ସ ସିଧାସଳଖ ମୋଡରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ । ପିପିପି ମୋଡରେ ସେଲଫ ଫାଇନାନ୍ସ କୋର୍ସ ପରିଚାଳନା ପାଇଁ ଅନୁମତି ମିଳିବ ନାହିଁ । ସେଲଫ ଫାଇନାନ୍ସ କୋର୍ସରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ସ୍ୱଚ୍ଛତା ନିମନ୍ତେ ମେରିଟ୍ ଆଧାରରେ ଚୟନ ପ୍ରକ୍ରିୟା କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମସ୍ତ ତଥ୍ୟ ଉପରେ ଆସନ୍ତା ଜୁଲାଇ ୭ତାରିଖ ସୁଦ୍ଧା ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସମସ୍ତ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story