ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ରାଇସୁଆଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। ଜୁନ୍ ୩ ତାରିଖରେ ଏହି ସ୍ଥାନରେ ଟ୍ରକ୍‌ ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଭଉଣୀ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୋଟିଏ […]

truck

Jitendra Garnayak
  • Published: Saturday, 08 June 2019
  • , Updated: 08 June 2019, 12:39 PM IST

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ରାଇସୁଆଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଜୁନ୍ ୩ ତାରିଖରେ ଏହି ସ୍ଥାନରେ ଟ୍ରକ୍‌ ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଭଉଣୀ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ଟ୍ରକ୍‌ଟି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଗୋଟିଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିଲେ ସୁଧା ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।

Related story