ଅଜଣା ଗାଡ଼ି ଧକ୍କାରେ ପରିବା ବେପାରୀ ମୃତ

ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗୁଡ଼ୁଦା ଗାଁରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହୃଷିକେଶ ଖଣ୍ଡା। ଆଜି ଭୋର୍‌ ପ୍ରାୟ ଚାରିଟା ସମୟରେ ହୃଷିକେଶ ବାଇକ୍‌ରେ ପରିବା ନେଇ ବାଲେଶ୍ୱର ନୂଆବଜାର ମାର୍କେଟ ଯାଉଥିଲେ। ଏହି ସମୟରେ ଗୋପୀନାଥ ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହୃଷିକେଶ ନିଜ ଜମିରେ ବାପାଙ୍କ ସହ […]

dead3

Tapaswini Nayak
  • Published: Wednesday, 10 July 2019
  • , Updated: 10 July 2019, 09:19 AM IST

ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗୁଡ଼ୁଦା ଗାଁରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହୃଷିକେଶ ଖଣ୍ଡା।

ଆଜି ଭୋର୍‌ ପ୍ରାୟ ଚାରିଟା ସମୟରେ ହୃଷିକେଶ ବାଇକ୍‌ରେ ପରିବା ନେଇ ବାଲେଶ୍ୱର ନୂଆବଜାର ମାର୍କେଟ ଯାଉଥିଲେ। ଏହି ସମୟରେ ଗୋପୀନାଥ ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହୃଷିକେଶ ନିଜ ଜମିରେ ବାପାଙ୍କ ସହ ପରିବା ଚାଷ କରନ୍ତି। ଏହାସହ ପରିବା ବେପାର କରନ୍ତି।

Related story