ଓଭରବ୍ରିଜ୍‌ ନିକଟରେ ଶୋଇଥିଲେ, ମାଡ଼ିଗଲା ଅଜଣାଗାଡ଼ି

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହର ମଧ୍ୟରେ ଥିବା ଓଭରବ୍ରିଜ୍‌ ନିକଟରେ ଶୋଇଥିବା ଦୁଇ ଜଣ ବାଳକଙ୍କ ଉପରକୁ ଏକ ଅଜଣା ଗାଡ଼ି ମାଡି ଯିବାରୁ ସେମାନେ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ  ଅର୍ଜୁନ ଶବର(୧୨) ଓ  ଶେଖର ଶବର (୧୪)। ସେମାନଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ। ସେମାନେ ଏଠାରେ ତାଙ୍କ ପରିବାର ସହ ଆସି ରଥଯାତ୍ରା ସମୟରେ ବୁଲିବିକି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଗତକାଲି ରାତିରେ ଅର୍ଜୁନ ଓ ଶେଖରଙ୍କ ପରିବାରର  ୫ ଜଣ […]

accident

Jyoshna Pradhan
  • Published: Tuesday, 09 July 2019
  • , Updated: 09 July 2019, 01:06 PM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହର ମଧ୍ୟରେ ଥିବା ଓଭରବ୍ରିଜ୍‌ ନିକଟରେ ଶୋଇଥିବା ଦୁଇ ଜଣ ବାଳକଙ୍କ ଉପରକୁ ଏକ ଅଜଣା ଗାଡ଼ି ମାଡି ଯିବାରୁ ସେମାନେ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ  ଅର୍ଜୁନ ଶବର(୧୨) ଓ  ଶେଖର ଶବର (୧୪)। ସେମାନଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ। ସେମାନେ ଏଠାରେ ତାଙ୍କ ପରିବାର ସହ ଆସି ରଥଯାତ୍ରା ସମୟରେ ବୁଲିବିକି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି।

ଗତକାଲି ରାତିରେ ଅର୍ଜୁନ ଓ ଶେଖରଙ୍କ ପରିବାରର  ୫ ଜଣ ଓଭରବ୍ରିଜ୍‌ ନିକଟରେ ଶୋଇଥିଲେ। ଏହି ମସୟରେ ଏକ ଅଜଣା ଗାଡ଼ି ଅର୍ଜୁନ ଓ ଶେଖରଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କ ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରିଥିଲେ। ଏନେଇ ଡାକ୍ତରଖାନା ପକ୍ଷରୁ ପୁଲିସରେ ଖବର ଦିଆଯାଇଥିବା ଡାକ୍ତର କହିଛନ୍ତି।

Related story