ଉନ୍ମୟ ହତ୍ୟା ମାମଲା: ଜେରା ପରେ ଯୁବତୀଙ୍କୁ ଛାଡ଼ିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବକ ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଜେରା ପରେ ପୋଲିସ ଛାଡ଼ି ଦେଇଛି। ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଦେଇଛି ପୋଲିସ।  ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଉନ୍ମୟଙ୍କୁ ଜୀବନ୍ତ ପୋଡ଼ି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା।   ଏଯାଏଁ ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ସସ୍‌ପେନ୍ସ ଉଠାଇ ପାରିନାହିଁ।

ଗତ ବୁଧବାର ଦିନ କୁଆଖାଇ ନଈ ପଠାରୁ ଉନ୍ମୟଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତବର୍ଷ ଚାନ୍ଦବାଲି ଅଞ୍ଚଳରେ ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓରେ ଉନ୍ମୟଙ୍କୁ ଦେଖିବାକୁ ମିଳିଥିଲା।