ୟୁପିଏସ୍‌ସି ରେଜଲ୍ଟ ପ୍ରକାଶ: ଅନୁଦୀପ ଟପ୍ପର, ୪୬ତମ ସ୍ଥାନରେ ଓଡ଼ିଶାର ଶୁଭଙ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ୍‌ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାର ଥିବା ବେଳେ ସଚିନ ଗୁପ୍ତା ତୃତୀୟରେ ଅଛନ୍ତି। ଓଡ଼ିଶା ଶୁଭଙ୍କର ମହାପାତ୍ର ୪୬ ସ୍ଥାନରେ ଅଛନ୍ତି। ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ ସ୍ଥାନରେ ସମୀତ ପଣ୍ଡା, ୪୦୧ ସ୍ଥାନରେ କବିତା ରାଣୀ ସ୍ୱାଇଁ, ୪୫୨ […]

annupdeep

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 10:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ୍‌ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାର ଥିବା ବେଳେ ସଚିନ ଗୁପ୍ତା ତୃତୀୟରେ ଅଛନ୍ତି। ଓଡ଼ିଶା ଶୁଭଙ୍କର ମହାପାତ୍ର ୪୬ ସ୍ଥାନରେ ଅଛନ୍ତି।

ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ ସ୍ଥାନରେ ସମୀତ ପଣ୍ଡା, ୪୦୧ ସ୍ଥାନରେ କବିତା ରାଣୀ ସ୍ୱାଇଁ, ୪୫୨ ସ୍ଥାନରେ ଆଦିତ୍ୟ ତ୍ରିପାଠୀ, ୬୮୦ ସ୍ଥାନରେ ହୃଦୟ କୁମାର ଦାସ, ୬୮୪ ସ୍ଥାନରେ ସମୀର କୁମାର ଜେନା, ୭୧୯ ସ୍ଥାନରେ ଆଶିଷ କୁମାର ସାହୁ, ୮୨୬ ସ୍ଥାନରେ ମନୋରଞ୍ଜନ ବେହେରା, ୮୯୪ ସ୍ଥାନରେ ଯଶୋଧାରା ଦାଶ, ୯୦୬ ସ୍ଥାନରେ ଶିବ ପ୍ରସାଦ ମିଶ୍ର, ୯୩୧ ସ୍ଥାନରେ ସୁଧାଂଶୁ ନାୟକ ଅଛନ୍ତି।

ମୋଟ୍‌ ୯୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୧୫୦ ଜଣ ଆଇପିଏସ୍‌ ଓ ୪୨ ଜଣଙ୍କୁ ଆଇଏଫ୍‌ଏସ୍‌ ଭାବେ ମନୋନୀତ ହୋଇଛନ୍ତି।

Related story