ଉତ୍କଳ ଦିବସରୁ କଂଗ୍ରେସର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର/କଟକ: ଶୁକ୍ରବାର ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ଭଗବତୀ ବସ୍ତିରୁ ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମେ’ ୩୧ ପର୍ଯ୍ୟନ୍ତ ଦୁଇ ମାସ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ସେହିପରି କଂଗ୍ରେସ ପାର୍ଟି କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପିସିସି ସଭାପତି ପ୍ରାସଦ ହରିଚନ୍ଦନଙ୍କ ସହ ବହୁ ନେତା ଏବଂ କର୍ମୀ ଏଥିରେ ଯୋଗ ଦେଇଥିଲେ। ପରେ କଂଗ୍ରେସ ଭବନରେ ଥିବା ବିଭିନ୍ନ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏ ଅବସରରେ […]

congress

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 10:25 AM IST

ଭୁବନେଶ୍ୱର/କଟକ: ଶୁକ୍ରବାର ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ଭଗବତୀ ବସ୍ତିରୁ ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମେ’ ୩୧ ପର୍ଯ୍ୟନ୍ତ ଦୁଇ ମାସ ଧରି ଏହି କାର୍ଯ୍ୟକ୍ରମ ଚାଲିବ।

ସେହିପରି କଂଗ୍ରେସ ପାର୍ଟି କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ପିସିସି ସଭାପତି ପ୍ରାସଦ ହରିଚନ୍ଦନଙ୍କ ସହ ବହୁ ନେତା ଏବଂ କର୍ମୀ ଏଥିରେ ଯୋଗ ଦେଇଥିଲେ। ପରେ କଂଗ୍ରେସ ଭବନରେ ଥିବା ବିଭିନ୍ନ ବୀରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏ ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଏପ୍ରିଲ୍‌ ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଆଜି ସବୁ ଜିଲ୍ଲାରେ ଏ କାର୍ଯ୍ୟ ଆରମ୍ଭ କରାଯାଇଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବସ୍ତିରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛୁ। ଆମେ ଲୋକଙ୍କ ପାଖକୁ ଯାଇ ସଭ୍ୟ ସଂଗ୍ରହ କରୁଛୁ। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ।”

ସେହିପରି କଟକ ଟାଉନହଲଠାରେ ମଧ୍ୟ ଆଜି ଆରମ୍ଭ ହୋଇଛି କଂଗ୍ରେସର  ସଭ୍ୟ ସଂଗ୍ରହ ଅଭିଯାନ। କଟକ ନଗର କଂଗ୍ରେସ୍ ପକ୍ଷରୁ ଏଠାରେ ଆୟୋଜିତ ଉତ୍ସବରେ ବରିଷ୍ଠ କଂଗ୍ରେସ୍ ନେତା ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଟକ ସହରର ଅନେକ ଯୁବକ, ମହିଳା ଏବଂ ଛାତ୍ର କଂଗ୍ରେସରେ ସାମିଲ ହୋଇଥିଲେ। ଏହି ଅବସରରେ ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୋକିମ୍, ପିସିସି ଉପସଭାପତି ସୁରେଶ ମହାପାତ୍ର ଓ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତି ଥିଲେ।

Related story