ଉଗାଣ୍ଡାରେ ଧୁମ୍‌ଧାମ୍‌ରେ ଉତ୍କଳ ଦିବସ ପାଳିତ

ଓଡିଶା ଆସୋସିଏସନ୍‌ ଉଗାଣ୍ଡା ଓ ଭାରତୀୟ ଉଚ୍ଚାୟୁକ୍ତ ଉଗାଣ୍ଡା’ର ମିଳିତ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉଗାଣ୍ଡା’ର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗତ 21 ତାରିଖରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ଉଗାଣ୍ଡା’ର ଉପରାଷ୍ଟ୍ରପତି ସେଖଣ୍ଡି ଓ Indian high comissioner ରବିଶଙ୍କର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ NGO ସଂସ୍ଥା, UN ଓ ଉଗାଣ୍ଡାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ […]

fdf4e0fa-a029-495f-bf84-40010a2d753f

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 06:20 PM IST

ଓଡିଶା ଆସୋସିଏସନ୍‌ ଉଗାଣ୍ଡା ଓ ଭାରତୀୟ ଉଚ୍ଚାୟୁକ୍ତ ଉଗାଣ୍ଡା’ର ମିଳିତ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉଗାଣ୍ଡା’ର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଗତ 21 ତାରିଖରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ଉଗାଣ୍ଡା’ର ଉପରାଷ୍ଟ୍ରପତି ସେଖଣ୍ଡି ଓ Indian high comissioner ରବିଶଙ୍କର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ NGO ସଂସ୍ଥା, UN ଓ ଉଗାଣ୍ଡାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍ସବ ପାଇଁ ଶୁଭେଚ୍ଛା ବାର୍ତା ପଠାଇଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦେ ଉତ୍କଳ ଜନନୀର ତାଳେ ତାଳେ ଆରମ୍ଭ ହୋଇଥିଲା। ଓଡିଶା ଆସୋସିଏସନ୍‌ର ମହିଳା ସଦସ୍ୟାମାନେ ଏହି ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ମନ୍ଦିର ଉପରେ ଆଲୋକପାତ କରାଯାଇଥିଲା।

ଓଡ଼ିଶାର ମହାନ ପୁରୁଷ ଓ ତାଙ୍କର ଅବଦାନ ସହ ସ୍ୱାଧୀନତା ସଂଗ୍ରାମ ଓ ପାଇକ ବିଦ୍ରୋହ ଉପରେ audio visual ମାଧ୍ୟମରେ ଦର୍ଶକଙ୍କୁ ଅବଗତ କରାଯାଇଥିଲା। ଏହାପରେ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହାକି ଅତିଥି ମାନଙ୍କ ଦ୍ୱାରା ଆଦୃତ ହୋଇଥିଲା। ଏହାପରେ Indian high commisioner ଉଦବୋଧନ ଦେଇ ଓଡ଼ିଶାର ନୌବାଣିଜ୍ୟ, ପର୍ଯ୍ୟଟନ, କଳାକୃତିକୁ ପ୍ରଶଂସା କରିଥିଲେ।

ଉଗାଣ୍ଡା’ର ଉପରାଷ୍ଟ୍ରପତି ମଧ୍ୟ ଉଦ୍‌ବୋଧନରେ ଭାରତ ଓ ଉଗାଣ୍ଡାର ସମ୍ପର୍କ, ଦ୍ୱିପାକ୍ଷିକ ବ୍ୟବସାୟ, ବାଣିଜ୍ୟ ଓ ସହଯୋଗ ବିଷୟରେ ଅବଗତ କରାଇବା ସହ ଓଡିଶା association ଦ୍ୱାରା ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଏହାପରେ ବିଭିନ୍ନ ପ୍ରକାର ଓଡ଼ିଶା ବ୍ୟଞ୍ଜନ ଅତିଥି ମାନଙ୍କୁ ପରିବେଷଣ କରାଯାଇଥିଲା, ଯାହାକି ବେଶ ଆଦୃତ ହୋଇଥିଲା।

Related story