ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରାକ୍‌ ନିର୍ବାଚନୀ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେଦୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାକ୍‌ ନିର୍ବାଚନୀ ଉତ୍ତେଜନା ଦେଖାଦେଇଛି। ଦୁଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରୀକ୍ଷାରେ ଚଳିତ ନିର୍ବାଚନରେ ଆଶାୟୀ ଛାତ୍ରୀଙ୍କ ବ୍ୟାକ୍‌ ଲାଗିବାକୁ ନେଇ ବଚସା ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଉତ୍ତେଜନା ସୃଷ୍ଟି ହୋଇଛି। ଏଥିରେ ଅନ୍ୟ ଛାତ୍ରୀ ଗୋଷ୍ଠୀର ହାତ ଥିବା ସେମାନେ […]

ramadave

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 03:57 PM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେଦୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାକ୍‌ ନିର୍ବାଚନୀ ଉତ୍ତେଜନା ଦେଖାଦେଇଛି। ଦୁଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରୀକ୍ଷାରେ ଚଳିତ ନିର୍ବାଚନରେ ଆଶାୟୀ ଛାତ୍ରୀଙ୍କ ବ୍ୟାକ୍‌ ଲାଗିବାକୁ ନେଇ ବଚସା ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଉତ୍ତେଜନା ସୃଷ୍ଟି ହୋଇଛି। ଏଥିରେ ଅନ୍ୟ ଛାତ୍ରୀ ଗୋଷ୍ଠୀର ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆଜି ପ୍ରାକ୍‌ ନିର୍ବାଚନୀ ଉତ୍ତେଜନା ଦେଖାଦେଇଛି। ପୋଷ୍ଟର ଚିରାକୁ ନେଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କୁଳପତିଙ୍କ ଅଫିସ୍‌ ଘେରାଉ କରିଛନ୍ତି।

Related story