ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ

ଭୁବନେଶ୍ୱର: କ୍ୟାମ୍ପସରେ ଥିବା ଡିସ୍‌ପେନ୍‌ସାରୀରେ ନର୍ସ ନ ଥିବା ଅଭିଯୋଗ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ କିଛି ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ବିଶ୍ୱବିଦ୍ୟାଳୟ ପରିସର ପୁଣି ଅଶାନ୍ତ ହୋଇପଡିଛି। ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ବାଣୀବିହାର ଡିସ୍‌ପେନ୍‌ସାରୀରେ ଯଥେଷ୍ଟ ଔଷଧ ନ ଥିବା ଦର୍ଶାଇ ଦୁଇଦିନ ପୂର୍ବେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିଲେ। ସେହିପରି ଗତକାଲି କ୍ୟାମ୍ପସରେ ଆମ୍ବୁଳାନ୍ସ ସେବା ମିଳୁ ନ ଥିବା […]

utkal

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 07:48 PM IST

ଭୁବନେଶ୍ୱର: କ୍ୟାମ୍ପସରେ ଥିବା ଡିସ୍‌ପେନ୍‌ସାରୀରେ ନର୍ସ ନ ଥିବା ଅଭିଯୋଗ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ କିଛି ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ବିଶ୍ୱବିଦ୍ୟାଳୟ ପରିସର ପୁଣି ଅଶାନ୍ତ ହୋଇପଡିଛି। ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ବାଣୀବିହାର ଡିସ୍‌ପେନ୍‌ସାରୀରେ ଯଥେଷ୍ଟ ଔଷଧ ନ ଥିବା ଦର୍ଶାଇ ଦୁଇଦିନ ପୂର୍ବେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିଲେ। ସେହିପରି ଗତକାଲି କ୍ୟାମ୍ପସରେ ଆମ୍ବୁଳାନ୍ସ ସେବା ମିଳୁ ନ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କୁଳସଚିବଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଦାବି ନେଇ ପଦକ୍ଷେପ ନିଆଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Related story