ସାବାସ୍ ବାଣୀବିହାର ! ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପୁଣି ଏକ ଖୁସି ଖବର। ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏନେଇ ରବିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ଗତ କିଛିଦିନ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ନାକ୍‌ ଏ+ ମାନ୍ୟତା ପାଇସାରିଛି। ଉନ୍ନତ ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣା କ୍ଷେତ୍ରରେ ସୁଦୃଢ […]

Utkal_University_Main_Gate

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 08:39 PM IST

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପୁଣି ଏକ ଖୁସି ଖବର। ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏନେଇ ରବିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ଗତ କିଛିଦିନ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ନାକ୍‌ ଏ+ ମାନ୍ୟତା ପାଇସାରିଛି। ଉନ୍ନତ ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣା କ୍ଷେତ୍ରରେ ସୁଦୃଢ ଥି‍ବାରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ମିଳିଛି ବୋଲି କୁଳପତି ଅଶୋକ ଦାସ ପ୍ରତିକ୍ରିୟାରେ କହିଛନ୍ତି। ଦେଶର ମୋଟ ୩ଟି ବିଶ୍ୱବିଦ୍ୟାଳୟକୁ  ନାକ୍‌ ଏ+ ମାନ୍ୟତା ମିଳିଛି। ସେଥିମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ନିଜ ସ୍ଥାନ ପକ୍କା କରି ନିଜର ସ୍ୱତନ୍ତ୍ରତା ଜାହିର କରିଛି ସମଗ୍ର ଦେଶରେ।

Related story