‘ଈତିଶ୍ରୀ ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ’

Ordigital Desk
  • Published: Tuesday, 28 November 2017
  • , Updated: 28 November 2017, 10:48 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକିରି ଶି&zwj;କ୍ଷୟିତ୍ରୀ ଇତିଶ୍ରୀ ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବିରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ। ଇତିଶ୍ରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ, ଏହି ଜଘନ୍ୟ ଘଟଣାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ରାଜନୈତିକ ନେତା ଓ ଦଳ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସାମ୍ବାଦିକତା ଗଣଯୋଗାଯୋଗ ବିଭାଗର ଛାତ୍ର ଶିବରାମ ମହାପାତ୍ର ଓ ଅସିତ ରଂଜନ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ରୋଶନ ରଥ, ସୁନିଲ ଦାଶ, ସମରେଶ ପାଢ଼ୀ, ଆଶିଷ ରଥ, ସ୍ୱାଧୀନ, ସନ୍ତୋଷ, ସଂଗ୍ରାମ ନାୟକ ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ।</p>

Related story