Advertisment

କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା, ୯୩୦ ଟିକାକରଣ କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ। ଓଡ଼ିଶାରେ ମଧ୍ୟ ଏହି ବୟସ ବର୍ଗରେ ପିଲାଙ୍କ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି। ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ […]

ଅଦ୍ୟତନ ହୋଇଛି
କାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା, ୯୩୦ ଟିକାକରଣ କେନ୍ଦ୍ର ପ୍ରସ୍ତୁତ

Health and Family Welfare Director Bijay Panigrahi.

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବ। ଓଡ଼ିଶାରେ ମଧ୍ୟ ଏହି ବୟସ ବର୍ଗରେ ପିଲାଙ୍କ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

Advertisment

ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଟିକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ୍ ରହିଛି ଏବଂ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚିସାରିଛି। ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲାଯାଇଛି। କେବଳ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହା ବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ।

ସ୍ୱତନ୍ତ୍ର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ଚାଲିବ। ଆମ ପାଖରେ ବର୍ତ୍ତମାନ ୧୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି। ମାସେ ମଧ୍ୟରେ ଆମେ ପିଲାଙ୍କ ପ୍ରଥମ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜାନୁଆରୀ ୧ ତାରିଖରୁ ଯେଉଁମାନେ ଅନଲାଇନ ଜରିଆରେ ପଞ୍ଜିକରଣ କରିଥିବେ, ସେମାନେ ଟିକା ନେଇ ପାରିବେ। ଏହାଛଡ଼ା ଯେଉଁମାନେ ଅନଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ କାଲି ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।’

Advertisment

ସେ ଆହୁରି କହିଛନ୍ତି ଯେ ଟିକାକରଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସରଳ କରିବା ପାଇଁ ଶିକ୍ଷା ବିଭାଗ ସହ ସ୍ଵାସ୍ଥ୍ୟ ବିଭାଗ ବୈଠକରେ ଜରିଆରେ ବିସ୍ତୁତ ଆଲୋଚନା କରାଯାଇଛି। ଟିକାକରଣ ସମୟରେ ଶିକ୍ଷକମାନେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ସେହିପରି ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe